କଣ୍ଟାବାଞ୍ଜିରେ ପେଟ ଓ ଆନ୍ତ ରୋଗ ଓପିଡି ଶିବିର

ଆଜତକ ଓଡ଼ିଶା
0


କଣ୍ଟାବାଞ୍ଜି ବ୍ୟୁରୋ : ଏମ୍‌ଏମ୍‌ଆଇ ନାରାୟଣା ହସ୍ପିଟାଲ ରାୟପୁର ଓ ଡା. ଗୋବିନ୍ଦ ଅଗ୍ରୱାଲ ସଂଜୀବନୀ ଡାଏଗନୋଷ୍ଟିକ୍ କ୍ଲିନିକ୍, କଣ୍ଟାବାଞ୍ଜିଙ୍କ ସଂଯୁକ୍ତ ଆୟୋଜନରେ ଏକ ପେଟ ଓ ଆନ୍ତ ରୋଗ ଓପିଡି ଶିବିର ଆୟୋଜିତ ହେବାକୁ ଯାଉଛି।

ଏହି ଶିବିରରେ ବରିଷ୍ଠ ଚିକିତ୍ସକ ଡା. ରାଜେଶ କୁମାର ସିନ୍ହା, ଯିଏ କି ରୋବୋଟିକ୍ ଓ ଲାପ୍ରୋସ୍କୋପିକ୍ ସର୍ଜରୀର ବିଶେଷଜ୍ଞ, ରୋଗୀମାନଙ୍କୁ ପରାମର୍ଶ ଓ ଚିକିତ୍ସା ସୁବିଧା ପ୍ରଦାନ କରିବେ।

ପେଟର ଗଠ, ପିତ୍ତ ଥଳୀର ପଥରୀ, ପେଟ କିମ୍ବା ଛାତିରେ ଜ୍ୱଳନ ଓ ବେଦନା, ଏସିଡ୍ ରିଫ୍ଲକ୍ସ, ମୁହଁରେ ଖଟା ପାଣି ଆସିବା, ଆପେଣ୍ଡିକ୍ସ, ପାଇଲ୍ସ, ଫିଷ୍ଟୁଲା, ଫିସର, ବିଭିନ୍ନ ପ୍ରକାରର ହର୍ନିଆ, ଆମାଶୟ ଓ ଆନ୍ତ ସମ୍ବନ୍ଧୀୟ ସମସ୍ୟା ସହିତ ଲିଭର, ପ୍ୟାଙ୍କ୍ରିଆସ ଓ ସ୍ପ୍ଲିନ୍‌ ଜନିତ ରୋଗର ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦିଆଯିବ।

ଆସନ୍ତା ୧୪ ମାର୍ଚ୍ଚ ୨୦୨୬ (ଶନିବାର) ସକାଳ ୧୧ଟାରୁ ଦୁପର ୨ଟା ପର୍ଯ୍ୟନ୍ତ ଡା. ଗୋବିନ୍ଦ ଅଗ୍ରୱାଲ ସଂଜୀବନୀ ଡାଏଗନୋଷ୍ଟିକ୍ କ୍ଲିନିକ୍, ମେନ୍ ରୋଡ୍, କଣ୍ଟାବାଞ୍ଜିରେ ଏହି ଓପିଡି ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default