ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ!

ଆଜତକ ଓଡ଼ିଶା
0

ଝରିଗାଁ : ସରକାରୀ କାମ ଗୁଡିକ ଆରମ୍ଭ କରିବା ପୂର୍ବରୁ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲଗେଇ କାର୍ଯ୍ୟ ଆରମ୍ଭ କରିବାକୁ କଢ଼ା ନିର୍ଦେଶ କରିଥିଲେ ହେଁ, ପ୍ରଶାସନିକ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ମାନେ ସରକାରଙ୍କ ଏଭଳି ନିର୍ଦେଶ କୁ ଫୁ କରି ନିଜର ମନମୁଖୀ ଶାସନ ଚଳେଇଥିବା ସାଧାରଣରେ ଅଭିଯୋଗ ହେଉଛି |ବର୍ତମାନ ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବେଳଗାଁ ପଞ୍ଚାୟତ ଅଧୀନରେ ଥିବା ମହଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ |ମହଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ପ୍ରଗତିରେ ରହିଥିବା ବେଳେ କାର୍ଯ୍ୟ ଚାଲୁଥିବା ସ୍ଥାନରେ କୌଣସି ସୂଚନା ଫଳକର ଦେଖାମିଳୁନି । ଫଳରେ ଜନସାଧାରଣ କେତେ ଟଙ୍କାର କାମ?କେଁଉ ବିଭାଗ ର କାମ ? କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀ କିଏ? ଓ କେତେ କାମ ହେବ? ଏ ସମ୍ପର୍କରେ କୌଣସି ସୂଚନା ପାଇପାରୁ ନାହାନ୍ତି |ପ୍ରକାଶ ଥାଉ କି, କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଝରିଗାଁ ବିଧାୟକ ନରସିଂହ ଭତରା ଜନସାଧାରଣ ମାନଙ୍କ ଅଭିଯୋଗରେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲଗେଇବା ନିୟମ ରହିଛି ଓ ସବୁ କାର୍ଯ୍ୟ ସ୍ଥଳରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲାଗିବ ବୋଲି ପ୍ରତିକ୍ରିୟା ରଖିଥିଲେ ଓ ପ୍ରଶାସନକୁ ମଧ୍ୟ ବିନା ସୂଚନା ଫଳକରେ କାର୍ଯ୍ୟ ନକରିବାକୁ ଚେତାବନୀ ମଧ୍ୟ ଦେଇଥିଲେ । ହେଲେ ପ୍ରଶାସନ ଓ ଠିକାଦାର ମଧ୍ୟରେ ମୁଡିଗୁଡ଼ ର ସମ୍ପର୍କ ରହିଥିବା ଯୋଗୁଁ ବିଧାୟକ ଓ ଶିକ୍ଷାମନ୍ତ୍ରୀଙ୍କ ଚେତାବନୀ କୁ ମଧ୍ୟ ତୁଚ୍ଛ ମନେ କରାଯାଉଛି ବୋଲି ସାଧାରଣରେ ସମାଲୋଚନା ଚାଲିଛି । ଅନ୍ୟପକ୍ଷେ ମହଣ୍ଡି ବିଦ୍ୟାଳୟ ପାଚେରୀ କାର୍ଯ୍ୟ ର ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ଦେବାଶିଷ ନାୟକଙ୍କୁ ସୂଚନା ଫଳକ ନଲଗାଯିବାର କାରଣ ପଚାରିବାରୁ ସେ ଏକ ଲକ୍ଷ ଟଙ୍କାର କାର୍ଯ୍ୟରେ ସୂଚନା ଫଳକ ଲଗେଇଲେ ଆମକୁ କଣ ଲାଭ ମିଳିବ ବୋଲି କହିଛନ୍ତି । ଏଇଠୁ ସ୍ପଷ୍ଟ ଜଣାପଡୁଛି କି, ସୂଚନା ଫଳକ ଲାଗିଲେ ଯନ୍ତ୍ରୀ ଓ ଠିକାଦାର ମିଶି ଯେତିକି ମାରି ଖାଇବାର ଲକ୍ଷ୍ୟ ରଖିଛନ୍ତି, ତାହା ସାଧିତ ହେବ ନାହିଁ ।ତେବେ ସ୍ଥାନୀୟ ବିଡ଼ିଓ ମଧୁସୂଦନ ମାଝୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରେଇବା ଲକ୍ଷ୍ୟ ନେଇ ଫୋନରେ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା ହେଲେ ବିଡ଼ିଓ ମହାଶୟ ମଧ୍ୟ ଜାଣିଶୁଣି ଫୋନ ଉଠେଇ ନଥିଲେ । ଝରିଗାଁ ବ୍ଳକରେ ସବୁବେଳେ ଏଭଳି ଘଟଣା ସବୁ ଦେଖିବାକୁ ମିଳୁଥିଲେ ପ୍ରଶାସନ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ବରଂ ଦୋଷ ଘୋଡେଇବା ଅପଚେଷ୍ଟା କରି ଆସୁଛି । ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଏଭଳି କାର୍ଯ୍ୟରେ ଲିପ୍ତ ରହୁଥିବା ଅଧିକାରୀ ଓ ଠିକାଦାର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସାଧାରଣଲୋକେ ଦାବୀ କରିଛନ୍ତି ।
ଝରିଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

0 Comments

Please Select Embedded Mode To show the Comment System.*

3/related/default