ଶ୍ରୀ ଶ୍ୟାମ ମନ୍ଦିରରେ ବସନ୍ତ ପଞ୍ଚମୀ ଅବସରରେ ୧୯ତମ ପାଟୋତ୍ସବ ସମାରୋହ

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି, (ବ୍ୟୁରୋ) କଣ୍ଟାବାଞ୍ଜି ଶ୍ୟାମ ମନ୍ଦିର ପରିସରରେ ସ୍ଥାପିତ ବାବା ଖାଟୁ ଶ୍ୟାମ, ଦୁର୍ଗା ମାତା, ଲକ୍ଷ୍ମୀନାରାୟଣଜୀ, ଶିବ ପରିବାର, ହନୁମାନଜୀ, ଦେଉସର ମାତା, ଜୀଣ ମାତା, ଶାକମ୍ଭରୀ ଭବାନୀ, ବେରିୱାଳୀ ମାଆ ଓ ସାଲାସର ବାଲାଜୀ ଆଦି ଦେବଦେବୀଙ୍କ ମନ୍ଦିରର ୧୯ତମ ପ୍ରାଣ ପ୍ରତିଷ୍ଠା ଦିବସ (ପାଟୋତ୍ସବ) ଉପଲକ୍ଷେ ବସନ୍ତ ପଞ୍ଚମୀ ଦିନ ୨୩ ଜାନୁଆରୀରେ ଧୁମଧାମରେ ପାଳନ କରାଯିବ।

ଏହି ଅବସରରେ ମେରଠ ସହର ରୁ ଆଚାର୍ଯ୍ୟ ଅନିଲ ଜାନୀଙ୍କ ସାନ୍ନିଧ୍ୟରେ ଭବ୍ୟ ଭଜନ ସମାରୋହ ଆୟୋଜିତ ହେବ। ପାଟୋତ୍ସବ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ବାବା ଶ୍ୟାମଙ୍କ ବିଶେଷ ଶୃଙ୍ଗାର, ଭଜନ ସନ୍ଧ୍ୟା, ଭଣ୍ଡାରା ଓ ଭବ୍ୟ ଦରବାରର ଆୟୋଜନ ମନ୍ଦିର ଟ୍ରଷ୍ଟ ଦ୍ୱାରା କରାଯାଇଛି ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଦୀପକ ଅଗ୍ରୱାଲ, ସଚିବ ରୂପେଶ ଅଗ୍ରୱାଲ (ଲାଠୋରିଆ) ଓ କୋଷାଧ୍ୟକ୍ଷ ନବନୀତ ଅଗ୍ରୱାଲ ଜଣାଇଛନ୍ତି। ଜୟପୁରରୁ ପଧାରିଥିବା ପ୍ରସିଦ୍ଧ ଭଜନ ଗାୟକ ଅଭିଷେକ ନାମା ତାଙ୍କର ମଧୁର ଭଜନ ମାଧ୍ୟମରେ ବାବା ଶ୍ୟାମଙ୍କୁ ରିଝାଇବେ। ସ୍ଥାନୀୟ କଳାକାର କେଶବ କୌଶିକ ମଧ୍ୟ ଏହି ଅବସରରେ ନିଜ ପ୍ରସ୍ତୁତି ପ୍ରଦାନ କରିବେ।

ଆୟୋଜନକୁ ସଫଳ କରିବା ପାଇଁ ଶ୍ରୀ ଶ୍ୟାମଜୀ ମନ୍ଦିର ଟ୍ରଷ୍ଟ ଓ ଶ୍ରୀ ଶ୍ୟାମଜୀ ମନ୍ଦିର ଯୁବ ସଂଘର ସଦସ୍ୟମାନେ ଭବ୍ୟ ପ୍ରସ୍ତୁତି କରିଛନ୍ତି। ପ୍ରତିବର୍ଷର ଭଳି ଏହି ବର୍ଷ ମଧ୍ୟ ଆସପାସ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଭକ୍ତମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି। ଏହି ସମୟରେ କିଛି ଭକ୍ତ ନିଶାନ ଯାତ୍ରା କରି ଖାଟୁ ଶ୍ୟାମ ମନ୍ଦିରକୁ ନିଶାନ ଚଢ଼ାଇବା ପାଇଁ ଯାତ୍ରା କରିବେ।

Post a Comment

0 Comments

Please Select Embedded Mode To show the Comment System.*

3/related/default