ତ୍ରିରଙ୍ଗା ତଳେ ଗର୍ବର ମୁହୂର୍ତ୍ତ, ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଆଜତକ ଓଡ଼ିଶା
0

ମୁରିବାହାଲ (ଆଜତକ ଓଡିଶା) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ମହାସମାରୋହର ସହିତ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର,ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ଥାନା ଅଧିକାରୀ ବୁଲୁ ମୁଣ୍ଡା, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ବ୍ଲକ ଅର୍ଥ ବିଭାଗ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ପ୍ରସନ୍ନ କୁମାର ନାଗ, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଜୁନିଅର କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ପତ୍ରାପାଲି(କ)ସମିତି ସଭ୍ୟ ସନ୍ନ୍ୟାସୀ ପୁଟେଲ, ପଞ୍ଚାୟତି ହାଇସ୍କୁଲ ପ୍ରଧାନଶିକ୍ଷକ ହେମନ୍ତ ନାଗ ଓ ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିକାଶ ମଞ୍ଚ ମୁରିବାହାଲ ବ୍ଲକ ସଭାପତି ଫାଲଗୁନୀ ହାତୀଙ୍କ ନେତୃତ୍ୱରେ ବର୍ତ୍ତମାନ ସମୟର ସାମାଜିକ ଅବ୍ୟବସ୍ଥା ନେତା ଓ କର୍ପୋରେଟର ମାନେ ହାତ ମିଶାଇ ଦେଶକୁ ଲୁଟୁଛନ୍ତି, ଅଫିସର ମାନେ ପଇସା ଖାଇ ମୂର୍ଖ ମାନଙ୍କୁ ଚାକିରୀ ଦେଇ ଦେଉଥିବା ଓ ଶିକ୍ଷିତ ମାନ ବେକାରୀ ହେଉଥିବା,ରାଜ୍ୟରେ ଚାଷୀ ମାନଙ୍କ ସମସ୍ୟାକୁ ନେଇ ଏକ ଝାଙ୍କି ପ୍ରଦର୍ଶିତ କରାଯାଇଥିଲା । ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ୟାରେଡର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଷ୍ଠ ବିବେଚିତ ପ୍ୟାରେଡ କୃତି ମାନଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରୀଙ୍କୁ ଟ୍ରଫି ଦେଇ ସ୍ୱତନ୍ତ୍ର ରୁପେ ସମ୍ମାନିତ କରାଯାଇଥିଲା । ନୂଆଦିଲ୍ଲୀ ଜାତୀୟ ପ୍ୟାରେଡ ଅଂଶଗ୍ରହଣକାରୀ ଛାତ୍ର ପ୍ରୀତମ ବଘାରଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବ୍ଲକ ବିଏସଏସଓ ରିଙ୍କୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଓଏଲ୍ଏମ ବିପିଏମ୍ ଡ.ଗୋପାଳକୃଷ୍ଣ ଦୀପ, ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ଓ ସମାଜସେବୀ ତଥା ସାମ୍ବାଦିକ ପ୍ରଫୁଲ୍ଲ କୁମାର ବଘାରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଡ଼ବ୍ଲୁଇଓ ଭୀମରାମ ମାଝୀ, ଜେଆରଏ ଝସକେତନ ତାଣ୍ଡି, ରାଜ ସିଂ ବାବୁ, ରୂପେଶ ଷାଣ୍ଡ, ସମାଜସେବୀ ଅଗସ୍ତି ବଘାର, ସରୋଜ ସାହୁ, ସାମ୍ବାଦିକ ଅମରେଶ ମାଝୀ, ସାମ୍ବାଦିକ ଲକ୍ଷ୍ମୀକାନ୍ତ ଧରୁଆ,ସହ ବ୍ଲକର ସମସ୍ତ ଖେଳ ଶିକ୍ଷକ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ପୋଲିସ, ଅଗ୍ନିଶମ, ସ୍ଵାସ୍ଥ୍ୟ ବିଭାଗ, ଓଏଲଏମ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିପିଏମ ଡ.ଦୀପ ଧନ୍ୟବାଦ ଦେଇଥିଲେ । ସେହିପରି ବ୍ଲକ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବ୍ୟାଙ୍କ ଆଦିରେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲ ।

Post a Comment

0 Comments

Please Select Embedded Mode To show the Comment System.*

3/related/default