ନୂଆପଡା ସଧାରଣତନ୍ତ୍ର ପ୍ୟାରେଡ୍ ପଡ଼ିଆରେ କାଠ ଶିଳ୍ପୀ ପୁଷ୍ପାଞ୍ଜଳି ମହାନନ୍ଦଙ୍କ ଦ୍ୱାରା ଭାରତୀୟ ସମ୍ବିଧାନର ପ୍ରସ୍ତାବନାକୁ କାଠରେ ନିର୍ମିତ କଳାକୃତି ଦ୍ଵାରା ପ୍ରଦର୍ଶିତ

ଆଜତକ ଓଡ଼ିଶା
0

ନୂଆପଡା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ଉତ୍ସବ ଅବସରରେ ପ୍ରସିଦ୍ଧ କାଠ ଶିଳ୍ପୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାନନ୍ଦଙ୍କ ଦ୍ୱାରା ଭାରତୀୟ ସମ୍ବିଧାନର ପ୍ରସ୍ତାବନାକୁ କାଠରେ ନିର୍ମିତ ଏକ ଅପୂର୍ବ କଳାକୃତି ଦ୍ଵାରା ପ୍ରଦର୍ଶିତ କରାଯାଇଥିଲା। ଏହି କଳାକୃତିର ଆକାର ୧୮ × ୨୬ ଫୁଟ୍, ଯାହା ଗଣତନ୍ତ୍ର ଦିବସର ପ୍ରତୀକ ରୂପେ ନିର୍ଦ୍ଧାରିତ।ଏହି ବିଶାଳ କାଠ ନିର୍ମିତ ପ୍ରସ୍ତାବନା କାର୍ଯ୍ୟ ୨୬ ନଭେମ୍ବର ୨୦୨୫, ଭାରତୀୟ ସମ୍ବିଧାନର ପ୍ରସ୍ତାବନା ଗ୍ରହଣ ଦିବସକୁ ସ୍ମରଣ କରି ଆରମ୍ଭ ହୋଇଥିଲା ଏବଂ ଆଜି ସମ୍ପୂର୍ଣ୍ଣ ହୋଇ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯାଇଛି। ଏହି କଳାକୃତି ମାଧ୍ୟମରେ ନ୍ୟାୟ, ସ୍ୱାଧୀନତା, ସମତା ଓ ଭାଇଚାରାର ସମ୍ବିଧାନିକ ମୂଲ୍ୟବୋଧକୁ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି।ଏହି ଅବସରରେ ଶ୍ରୀମତୀ ପୁଷ୍ପାଞ୍ଜଳି ମହାନନ୍ଦଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ, ଏସ୍‌ପି ଅମୃତପାଲ ସିଂହ ମଞ୍ଚରେ ସମ୍ମାନିତ କରିଥିଲେ।୨୬ ନଭେମ୍ବର ୨୦୨୬ରୁ ୨୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନର ପ୍ରସ୍ତାବନାକୁ ୨୬ ଫୁଟ କାଠରେ ତିଆରି କରି ଆକାର ଦେଇଥିବା କଳାକାର ପୁଷ୍ପାଞ୍ଜଳି ମହାନନ୍ଦଙ୍କ ଏହି କାର୍ଯ୍ୟ ସମ୍ବିଧାନ ପ୍ରତି ତାଙ୍କର ଗଭୀର ସମର୍ପଣ ଦର୍ଶାଉଥିଲା । ୨୬-୨୬-୨୬ ର ଏହି ଅନନ୍ୟ ସଂଯୋଗ ସମ୍ବିଧାନ, କଳା ଓ ଜାତୀୟ ଭାବନାକୁ ଏକ ସୂତ୍ରରେ ବାନ୍ଧିଛି । ଏହି ସୁନ୍ଦର କଳାକୃତିର ପ୍ରଦର୍ଶନ କୁ ଦର୍ଶକ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ ୨୦୧୩ ଠାରୁ କାଠ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଶ୍ରୀମତୀ ମହାନନ୍ଦ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା ସହ କାର୍ଯ୍ୟ କରିଆସୁଛନ୍ତି।ଏହି କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ କରିବାରେ ତାଙ୍କ ଟିମ୍ ସଦସ୍ୟ ଅନିଲ ଯାଦବ, ଉଦେଶ, ନାରାୟଣ ,ତୁଳସୀ ଗଙ୍ଗା ପହରେ, ବିଦ୍ୟାଂଶୀ, ଏକତା, ରୂପାକ୍ଷୀ, ଦୀପିକା, ଲୋକେଶ, ଲକ୍ଷ୍ମୀକାନ୍ତ ଓ ସମୀର ଙ୍କ ସହଯୋଗ ରହିଥିଲା। ଏହି ପ୍ରୟାସ ସାମ୍ବିଧାନିକ ସଚେତନତା ପ୍ରଚାରରେ ଏକ ଉଲ୍ଲେଖନୀୟ ଓ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default