ବୌଦ୍ଧ (ବ୍ୟୁରୋ) ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଜାତୀୟ ସେବା ଯୋଜନାର ସାତଦିବସୀୟ ଶୀତକାଳୀନ ସ୍ବତନ୍ତ୍ର ଶିବିର ତା ୦୬.୦୧.୨୦୨୬ ରୁ ତା ୧୩.୦୧.୨୦୨୬ ପର୍ଯ୍ୟନ୍ତ ପୋଷ୍ୟ ଗ୍ରାମ ବଙ୍କାପଡାଠାରେ ଅନୁଷ୍ଠିତ ହୋଇଥିବା ସେବାକାର୍ଯ୍ୟ ତାହା ବର୍ତ୍ତମାନ ଉଦ୍ ଯାପିତ ହୋଇଯାଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଧ୍ୟାପିକା ଡ. ଶ୍ରୀମତୀ ସୁଜାତା ସାହୁଙ୍କ ସଭାପତିତ୍ବରେ ଉଦ୍ ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଟେମଲାଲ ଦୁବେ ଯୋଗଦେଇ ସମାଜ ସେବାର ମହନୀୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଶ୍ବବିଦ୍ଯାଳୟର ଜାତୀୟ ସେବା ଯୋଜନା ବିଭାଗର ସମନ୍ବୟ ଅଧିକାରୀ ଶ୍ରୀଯୁକ୍ତ ବିରେନ୍ଦ୍ର ବେହେରା ଯୋଗଦେଇ ଜାତୀୟ ସେବା ଯୋଜନାର ମହତ୍ବ ବିଷୟରେ ଅବଗତ କରିବା ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପୁରସ୍କାର ପ୍ରଦାନକରି ସ୍ବେଚ୍ଛାସେବୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।ତାଙ୍କ ସହିତ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ଶ୍ରୀଯୁକ୍ତ କଳ୍ପତରୁ ନାୟକ ଯୋଗଦେଇ ଜାତୀୟ ସେବା ଯୋଜନାର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବଙ୍କାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ବେହେରା ଉପସ୍ଥିତ ଥିଲେ ।ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ତଥା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ସୁରଜ କୁମାର ନାଏକ ଦୀର୍ଘ ସାତଦିନ ଧରି ଅନୁଷ୍ଠିତ ହୋଇଥିବା ଜାତୀୟ ସେବା ଯୋଜନାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ବିବରଣୀ ପାଠ କରିବା ସହିତ ସ୍ବେଚ୍ଛାସେବୀମାନଙ୍କ ସେବାକାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ।ଏହି ସାତଦିନ ଶିବିରର କାର୍ଯ୍ୟ ମଧ୍ୟରେ ଯୋଗଦେଇ S.D.P.O ବୌଦ୍ଧ ତଥା IIC ବୌଦ୍ଧ ସାଇବର ସିକ୍ୟୁରିଟି ବିଷୟରେ ସଚେତନତା କାର୍ଯ୍ୟକ୍ରମ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା ।ଏଥିସହିତ ସ୍ବେଚ୍ଛାସେବୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ଉଦ୍ ଯାପନୀ ସଭାକୁ ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଇଂରାଜୀ ବିଭାଗର ଅଧ୍ୟାପିକା ତଥା ଜାତୀୟ ସେବା ଯୋଜନାର ସହଯୋଗୀ ସଂଚାଳିକା ସୁଶ୍ରୀ କଲ୍ୟାଣୀ ଦେବୀ ସୁନାନୀ ପରିଚାଳନା କରିଥିବା ବେଳେ ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ପ୍ରତାପ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ସଭାରେ ସ୍ବେଚ୍ଛାସେବୀମାନଙ୍କ ସହିତ ବଙ୍କାପଡା ଗ୍ରାମବାସୀ,ତଥା ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ତିତ କରିଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନାର ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦ୍ ଯାପିତ
Wednesday, January 14, 2026
0