ଆମ ଦେଶର ଯୁବକ
ଦେଶ ମାତୃକାର ଉନ୍ନତି ଦିଗରେ
ଦିଅ ତୁମର ମହକ ।।
ଦେଶର ସଙ୍କଟ ମୋଚନ ନିମନ୍ତେ
ହୁଅ ଟିକେ ସାବଧାନ
କର୍ତ୍ତବ୍ୟ ପଥେ ହେଲେ ଆମେ ଜାଗ୍ରତ
ହେବ ସବୁ ସାବଧାନ ।।
ଯେବେ ବାଧାବିଘ୍ନ କରୁଛନ୍ତି ଭୋଗ
କରି ଚାଲ ପ୍ରତିରୋଧ
ସୁନ୍ଦର ପୃଥିବୀ ଗଢିବା ନିମନ୍ତେ
ହୁଅନ୍ତୁ ସଂକଳ୍ପ ବଦ୍ଧ ।।
ବିବେକାନନ୍ଦ ସମ ଅଗ୍ରସ ହୁଅ
ରୁହନ୍ତୁ ସର୍ବେ ଜାଗ୍ରତ
ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ
କର ଟିକେ ଦୃଷ୍ଟିପାତ ।।
ବିବେକାନନ୍ଦଙ୍କ ଜନ୍ମ ଦିନ ରୂପେ
ଯୁବ ଦିବସ ପାଳିତ
ଯୁବ ପ୍ରେରଣା ଲଭିବା ଦେଶ ସେବା
ଦିଗେ ହୋଇବା ଭୂଷିତ ।।
*ତ୍ରିନାଥ ପଟ୍ଟନାୟକ*
*ଯୁବ ଇଂରାଜୀ ଅଧ୍ୟାପକ ତଥା କବି*
*ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍*
*ଜିଲ୍ଲା: କୋରାପୁଟ*
*ମୋ:୮୯୧୭୩୧୯୩୭୭*

