ଗଞ୍ଜାମ/ବୁଗୁଡ଼ା,୧୩/୦୧ (ସୋରେନ କୁମାର ପ୍ରଧାନ) ସ୍ଥାନୀୟ ନିୟୁ ଏରା ପବ୍ଲିକ୍ ସ୍କୁଲ ପରିସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଉପାଧ୍ୟକ୍ଷ ଅନିରୁଦ୍ଧ ଗୌଡ଼ ଅଧ୍ଯକ୍ଷତା କରିଥିବା ବେଳେ ବୁଗୁଡ଼ା ମିଡ଼ିଆ କ୍ଳବ୍ ସଭାପତି ଅନୀଲ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ସ୍ବାମୀ ବିବେକାନନ୍ଦ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଶିକ୍ଷକ ବୈଷ୍ଣବ ଚରଣ ଦାଶ ସ୍ୱାମୀଜୀ ଙ୍କ ଜୀବନ ଆଦର୍ଶ ଉପରେ ମତ ବ୍ୟକ୍ତ କରିଥିଲେ। ଏ ଅବସରରେ ସାମୂହିକ ବନ୍ଦେ ମାତରଂ ସଙ୍ଗୀତ ଗାନ କରାଯାଇଥିଲା। ଏହି ଉତ୍ସବରେ ନାରାୟଣ ସେଠୀ, ସୁଦୀପ୍ତା କୁମାରୀ ମିଶ୍ର , ନିବେଦିତା ମିଶ୍ର, ନର୍ମଦା ନାୟକ, ନମିତା ପଟ୍ଟନାୟକ ,ସୋନମ୍ ଦାଶ, କବିତା ସେଠୀ, ସୁନୀତା ପଟ୍ଟନାୟକ, ରୋଜାଲିନ ପଟ୍ଟନାୟକ, ସ୍ଵପ୍ନାରାଣୀ ପଣ୍ଡା, ଆରତୀ ବିଷୋୟୀ, ପୂଜା ନାହାକ, ଶିଳ୍ପା ମହାନ୍ତି, ଶୁଭଶ୍ରୀ ଜେନା, ଅଦିତି ପୋଲାଇ, ମିନତୀ ବିଷୋୟୀ, ଜ୍ୟୋତ୍ସ୍ନା ରାଣୀ ମହାରଣା, ଭବାନୀ ନାୟକ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ସୀମାଞ୍ଚଳ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ନିୟୁ ଏରା ପବ୍ଲିକ ସ୍କୁଲ ରେ ଜାତୀୟ ଯୁବ ଦିବସ ପାଳିତ
Wednesday, January 14, 2026
0