ପୋଲିସ, ଅବକାରୀ ଓ ରାଜସ୍ବ ବିଭାଗ ର ମିଳିତ ଉଦ୍ୟମ ରେ ୮୬ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

ଆଜତକ ଓଡ଼ିଶା
0

କନ୍ଧମାଳ (ଆଜତକ ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବିରୋଧରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଟିକାବାଲି ଥାନା ଅଧିକାରିଣୀ ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ, ଅବକାରୀ ଏବଂ ରାଜସ୍ୱ ବିଭାଗର ମିଳିତ ସହଯୋଗରେ ପ୍ରାୟ ୮୬ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି। ସୂଚନା ଅନୁଯାୟୀ, ଟିକାବାଲି ଥାନା ଅନ୍ତର୍ଗତ କଟିମାହା ପଞ୍ଚାୟତର ଅଡ଼ାଖୋଲ, ଡୁଙ୍ଗିସାହି, ଉପରଖୋଲ, ଲଦାସାହି, ବିଲାବାଡ଼ା, ଦାସାଗୁଡ଼ା ଏବଂ କଇଁଝର ପଞ୍ଚାୟତର ଗଣ୍ଡଗାଁ ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହୋଇଥିବା ପୋଲିସକୌଣସି ସୂତ୍ରରୁ ଖବର ପାଇଥିଲା। ଏହି ଖବର ଆଧାରରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୮୬ ଏକର ପରିମିତ ଜମିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି।

ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ଏହି ବେଆଇନ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନ କରାଯାଉଛି। ଏହା ସତ୍ତ୍ୱେ କିଛି ଲୋକ ଅଧିକ ଲାଭ ଆଶାରେ ଆଇନକୁ ହାତକୁ ନେଇ ଏହି କାରବାର ଜାରୀ ରଖିଛନ୍ତି। ଏହି ଘଟଣାରେ ଟିକାବାଲି ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି ଯେ, ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏନ ଡି ପି ଏସ ର ଧାରା ୨୦ ଏ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏହିଭଳି ଦମନମୂଳକ ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜିର ଏହି ଅଭିଯାନରେ ଟିକାବାଲି ତହସିଲଦାର ହରିଶ ଚନ୍ଦ୍ର ପ୍ରଧାନ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ଏଥିସହିତ ଟିକାବାଲି ଥାନା ଏସ.ଆଇ ଅବନୀ ପ୍ରଧାନ, ପଞ୍ଚାନନ ମଳିକ, ଅବକାରୀ ବିଭାଗର କର୍ମଚାରୀ, ହୋମଗାର୍ଡ ଏବଂ ଏସଓଜି ଜବାନ ମାନେ ପ୍ରମୁଖ ସାମିଲ ହୋଇ ଗଞ୍ଜେଇ ଗଛ କାଟିବାରେ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default