ଯୁବ ବ୍ୟବସାୟୀ ଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଆଜତକ ଓଡ଼ିଶା
0


ବଲାଙ୍ଗିର ୦୭/୦୧ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧାତୁକ ପଞ୍ଚାୟତ ବରବାହାଲ ଗ୍ରାମରେ ଗତକାଲି ରାତିରେ ଏକ ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଗ୍ରାମର ଯୁବ ବ୍ୟବସାୟୀ କ୍ଷମାନିଧି କରୁଆଲ(୩୩) ଙ୍କ ମୃତଦେହ ନିକଟସ୍ଥ ଗୋଚର ଜମିରେ ଥିବା ଗୋଟିଏ ଗଛରେ ଫାଶୀ ଲଗା ଅବସ୍ଥାରେ ଝୁଲୁଥିବା ତାଙ୍କ ପରିବାର ଲୋକ ଦେଖିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପାଟଣାଗଡ଼ ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। କିନ୍ତୁ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ମତାମତ କିମ୍ବା ଅଧିକାରିକ ବିବୃତି ମିଳିନାହିଁ। ମୃତକ କ୍ଷମାନିଧି କରୁଆଲ ଜଣେ ସରଳ, ସୁଶିଳ ଓ ସମାଜପ୍ରିୟ ମଣିଷ ଥିଲେ ବୋଲି ଗ୍ରାମବାସୀମାନେ କହିଛନ୍ତି। ତାଙ୍କ ପରିବାରରେ ୫ ବର୍ଷର ଗୋଟିଏ କନ୍ୟା, ସ୍ତ୍ରୀ, ଗୋଟିଏ ସାନ ଭାଇ ଓ ବୃଦ୍ଧ ପିତାମାତା ରହିଛନ୍ତି। ଏହି ଅପୂରଣୀୟ କ୍ଷତି ପରିବାରକୁ ଗଭୀର ଶୋକରେ ଡୁବାଇ ଦେଇଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାବେଳେ କ୍ଷମାନିଧି ବ୍ୟବସାୟିକ କାମରେ ଯୁଗିମୁଣ୍ଡାରୁ ସାମଗ୍ରୀ କିଣି ଘରକୁ ଫେରୁଥିଲେ। କିନ୍ତୁ ତାହାପରେ ଏମିତି ଏକ ଦୁଃଖଦ ଓ ରହସ୍ୟଜନକ ଘଟଣା ଘଟିବ ବୋଲି କେହି ମଧ୍ୟ କଳ୍ପନା କରିନଥିଲେ। ଘଟଣାସ୍ଥଳର ପାରିପାର୍ଶ୍ୱିକ ପରିସ୍ଥିତି ଓ ସ୍ଥାନୀୟ ଲୋକଙ୍କ ମତାନୁସାରେ, କ୍ଷମାନିଧିଙ୍କୁ ପୂର୍ବରୁ ହତ୍ୟା କରାଯାଇ ପରେ ପ୍ଲାଷ୍ଟିକ ରଶି ସାହାଯ୍ୟରେ ଗଛରେ ଝୁଲାଇ ଦିଆଯାଇଥିବା ସନ୍ଦେହ ପ୍ରକାଶ କରାଯାଉଛି। ଏହାକୁ ନେଇ ଗ୍ରାମରେ ଭୟ, କ୍ଷୋଭ ଓ ଗଭୀର ଆଶଙ୍କାର ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାର ସତ୍ୟ ତଦନ୍ତ, ନ୍ୟାୟସଙ୍ଗତ ତଦନ୍ତ ପ୍ରକ୍ରିୟା ଓ ଦୋଷୀଙ୍କୁ ଶୀଘ୍ର ଗିରଫ ପାଇଁ ପୋଲିସ ପ୍ରଶାସନରୁ ସ୍ପଷ୍ଟ ଓ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି !

Post a Comment

0 Comments

Please Select Embedded Mode To show the Comment System.*

3/related/default