ଭୁବନେଶ୍ବର : (ସମୀର ରଞ୍ଜନ ନାୟକ) ଘୋଷଣା ହେଲା +୨ ପରୀକ୍ଷା ସୂଚୀ। ଆସନ୍ତା ଫେବୃଆରୀ ୧୮ରୁ ଆରମ୍ଭ ହେବ ପରୀକ୍ଷା। ମାର୍ଚ୍ଚ ୨୧ ଯାଏ ଚାଲିବ ପରୀକ୍ଷା। ଜାନୁଆରୀ ୨ରୁ ଜାନୁଆରୀ ୧୫ ଯାଏ ହେବ ପ୍ରାକ୍ଚିକାଲ ପରୀକ୍ଷା। ଡିସେମ୍ବର ୧୫ରୁ ମିଳିବ ଆଡମିଟ୍ କାର୍ଡ। ପରୀକ୍ଷା ସୂଚୀ ଘୋଷଣା କଲା CHSE। ରାଜ୍ୟର ମୋଟ ୧୩୫୦ କେନ୍ଦ୍ରରେ ହେବ ଯୁକ୍ତ ୨ ପରୀକ୍ଷା। ଚଳିତ ବର୍ଷ ପରୀକ୍ଷା ଦେବେ ୪ ଲକ୍ଷ ୭ ହଜାର ୩୭ ଛାତ୍ରଛାତ୍ରୀ।ସୂଚୀ ଅନୁସାରେ ବାର୍ଷିକ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଜାରି ରହିବ। ପିଲାମାନେ ପରୀକ୍ଷା ହଲ୍ ଭିତରକୁ ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ଭିତରେ ପ୍ରବେଶ କରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ଣରେ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ମୋଟ୍ ୪,୦୦,୭୩୭ ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରିଛନ୍ତି। ବୋର୍ଡ ପରୀକ୍ଷାରେ ପ୍ରଥମ ଥର ଓେବ କାଷ୍ଟିଙ୍ଗ , ସିସିଟିଭି ଓ ଲାଇଭ ଷ୍ଟ୍ରିମିଂ ହେବ । ପ୍ରାକ୍ଟିକାଲ ପରୀକ୍ଷାକୁ ସୁପରିଚାଳନା କରିବାକୁ ଲାଇବ୍ ଷ୍ଟ୍ରିମିଂ ଏବଂ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
CHSE 2exam: ୨ ପରୀକ୍ଷା ପାଇଁ ତାରିଖ ଘୋଷଣା; ଫେବୃୟାରୀ୧୮ରୁ ଥିଓରି ଆଉ ପ୍ରାକ୍ଟିକାଲ
Wednesday, December 03, 2025
0

Tags