ବ୍ଲକସ୍ତରୀୟ ଶିଶୁ ମହୋତ୍ସବ `ସୁରଭି' ୨୦୨୫ ପାଲିତ
Tuesday, December 16, 2025
0
ନୁଆପଡା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' ହର୍ଷ ଉଲ୍ଲାସ ମଧ୍ୟରେ ମହାସମାରୋହରେ ପାଳିତ ହେଇଯାଇଛି। ଉଦଘାଟନୀ ଉତ୍ସବରେ ଶ୍ରୀମତୀ ଅନୁସୂୟା କୁମ୍ଭାର,ଅଧ୍ୟକ୍ଷ୍ୟ ପଞ୍ଚାୟତ ସମିତି କୋମନା ଓ ଶ୍ରୀଯୁକ୍ତ ମୃତୁଞ୍ଜୟ ପାଣିଗ୍ରାହୀ, ସରପଞ୍ଚ ପଞ୍ଚାୟତ ସମିତି,କୋମନା ଯୋଗ ଦେଇ ନିଜର ଅନ୍ତର୍ନିହିତ ପ୍ରତିଭା କୁ ଉନ୍ମୋଚିତ କରିବା ପାଇଁ ପିଲାଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ଉଦଯାପନୀ ଉତ୍ସବରେ ଶ୍ରୀମତୀ ଦୀପିକା କୌଶଲ୍ୟା, ଉପସଭାପତି ଜ଼ିଲ୍ଲା ପରିଷଦ ନୂଆପଡା, ଶ୍ରୀ ସର୍ବେଶ୍ୱର ଜାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋମନା, ଶ୍ରୀ ମାୟାଧର ସରାଫ ଜ଼ିଲ୍ଲା ପ୍ରତିନିଧି ଓଟିଭି ଓ ଶ୍ରୀ ଅବନୀ ରଞ୍ଜନ ଯୋଶୀ ସଭ୍ୟ ଜ଼ିଲ୍ଲା ପରିଷଦ ଯୋଗଦେଇ ଶିଶୁ ମହୋତ୍ସବ ମାଧ୍ୟମରେ ପିଲାଙ୍କ ଭିତରେ ସାଂସ୍କୃତିକ ଚେତନା ଜାଗ୍ରତ ହେଉଥିବା ବିଷୟ ଉଲ୍ଲେଖ କରିଥିଲେ ଓ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଭିନ୍ନ ଭିନ୍ନ ସ୍କୁଲରୁ ଆସିଥିବା ପିଲାମାନେ ଚିତ୍ତାକର୍ଷକ ଦଳଗତ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ଥିଲେ।ଗୋଷ୍ଠୀ ଅଧିକାରୀ ଶ୍ରୀମତୀ ଅନିତା ପଣ୍ଡାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ତାଣ୍ଡି, ସମସ୍ତ ସି ଆର ସି ସି,ଅଫିସ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
Tags

