ନୂଆପଡ଼ା ଜିଲ୍ଲା ଖଡିଆଳ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ

ଆଜତକ ଓଡ଼ିଶା
0


ନୂଆପଡା ୧୦/୧୨ ନୂଆପଡ଼ା ଜିଲ୍ଲା ଖଡିଆଳ କଲ୍ୟାଣ ମଣ୍ଡପ ଦୁଇ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି ।ଏହି ମେଳା କୁ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଉଦ୍ଘାଟନ କରିଥିବା ବେଳେ ବର୍ତ୍ତମାନ ଧାନ ବଦଳରେ ସମନ୍ବିତ କୃଷି କୁ ପ୍ରାଧାନ୍ୟ ଦେବା ସହ ଜୈବିକ ପ୍ରଣାଳୀ ର ପ୍ରୟୋଗ କରିବାକୁ ଆହ୍ବାନ କରିଛନ୍ତି। ସେହିପରି ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପାଇଁ ଅନେକ ରିହାତି ଯୋଜନା ମାନ ପ୍ରଣୟନ ହୋଇ ଚାଷୀମାନେ ଏହାର ସୁଫଳ ନେଇ ନିଜ ଲାଭ କୁ ଏକାଧିକ ଗୁଣରେ ବୃଦ୍ଧି କରିଛନ୍ତି। ସଭାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ.ସୁଖେନ୍ଧୁ ରୟେ, ଯୋଗ ଦେଇଥିବା ବେଳେ ମତ୍ସ୍ୟ ଅଧିକାରୀ ଭବାନୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ସଭା ରେ ଖଡିଆଳ ପ୍ରାଣୀ ଚିକିତ୍ସା ଅଧିକାରୀ ସଂଗ୍ରାମ ବେହେରା ବିବରଣୀ ପାଠ କରିଥିଲେ। ସାଂସଦ ପ୍ରତିନିଧି ଜ୍ଞାନ ସିଂ ମେଘ୍, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଂଜନ ବେହେରା, ମଲ୍ୟବନ୍ତ ସୁନା, ତନୟା ଶବର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସରକାରୀ ସହାୟତା ଅତିଥିଙ୍କ ଦ୍ବାରା ପ୍ରଦାନ କରିଥିବା ସଙ୍ଗେ ସଙ୍ଗେ ସଫଳ ଚାଷୀଙ୍କୁ ସମ୍ମାନିତ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default