ବଙ୍ଗୋମୁଣ୍ଡା : (ନ୍ୟୁଜ ବ୍ୟୁରୋ) ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଲୁକାପଡ଼ା ଗାଁ ନିକଟରେ ଗଛରେ ଝୁଲାଅବସ୍ଥାରେ ଜଣେ ଅପରିଚିତ ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ବୟସ ପ୍ରାୟ ୨୫–୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ।
ଘଟଣାସ୍ଥଳକୁ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ, ସାଧାରଣ ଲୋକମାନଙ୍କୁ ପରିଚୟ ସନ୍ଦର୍ଭରେ ସୂଚନା ଦେବାକୁ ପୁଲିସ ଅନୁରୋଧ କରିଛି।
👉 ଯଦି କେହି ମୃତକଙ୍କୁ ଚିହ୍ନିଥାନ୍ତି କିମ୍ବା କିଛି ସୂଚନା ରହିଥାଏ, ତେବେ ତୁରନ୍ତ ବଙ୍ଗୋମୁଣ୍ଡା ଥାନା ଆଇଆଇସିଙ୍କ ସହିତ ଯୋଗାଯୋଗ କରନ୍ତୁ।
📞 ମୋବାଇଲ: ୭୦୦୮୫୦୬୧୨୩
📢 ସହଯୋଗ ପାଇଁ ଖବରଟି ସର୍କୁଲେଟ କରିବାକୁ ଅନୁରୋଧ।

