ପ୍ରକଳ୍ପ ସ୍ତରୀୟ କିଶୋର ଓ କିଶୋରୀ ବୃନ୍ଦଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0

ଗଞ୍ଜାମ/ବୁଗୁଡା,୧୨/୧୨ (ସୋରେନ କୁମାର ପ୍ରଧାନ): ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶ କ୍ରମେ ବୁଗୁଡା ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବୁଗୁଡ଼ ପଞ୍ଚାୟତ ସମିତି ସଭା ଗୃହରେ ଡିସେମ୍ବର ୧୨ ତାରିଖ ଦିନ ପ୍ରକଳ୍ପ ସ୍ତରୀୟ କିଶୋର ଓ କିଶୋରୀ ବୃନ୍ଦଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବୁଗୁଡା ତହସିଲଦାର ତାପସ ରାଉତ ଓ ବୁଗୁଡା ସବଟ୍ରେଜେରୀ ଅଫିସର ମଞ୍ଜୁଳା ପଣ୍ଡା ଯୋଗଦେଇଥିଲେ। ବ୍ଳକର ବିଭିନ୍ନ ଅଞ୍ଚଳରୁ ୬୦ ଜଣ କିଶୋରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୃତ୍ୟ, ଚିତ୍ରାଙ୍କନ, ପ୍ରବନ୍ଧ, ଭାଷଣ, ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ଓ କିଶୋରୀମାନଙ୍କ ଭବିଷ୍ୟତ ବିଷୟର ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତି ଯୋଗୀତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ରଖି କୃତିତ୍ୱ ହାସଲ କରିଥିବା ୧୮ କିଶୋରୀଙ୍କୁ ସିଲଡ ଓ ପ୍ରମାଣ ପତ୍ର ଅତିଥି ବୃନ୍ଦ ପ୍ରଦାନ କରିଥିଲେ। ସୁପ୍ରଭାଇଜରମାନେ ପରିଚାଳନା କରିଥିବା ବେଳେ ସମସ୍ତ ଅଙ୍ଗନୱାଡି କର୍ମୀ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default