ବେଲପଡା କଲେଜରେ ଜିଲ୍ଲା ସ୍ତରୀୟ ରେଡକ୍ରସ ତାଲିମ ଶିବିରର ଦ୍ଵିତୀୟ ଦିନ

ଆଜତକ ଓଡ଼ିଶା
0

ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବେଲପଡା ପଂଚାୟତ ସମିତି ମହାବିଦ୍ୟାଳୟ ରେ ତ୍ରି-ଦିବସୀୟ ଜିଲ୍ଲା ସ୍ତରୀୟ ରେଡ କ୍ରସ ତାଲିମ ଶିବିରର ଦ୍ଵିତୀୟ ଦିନରେ ସ୍ବେଛାସେବୀ ମାନେ ସକାଳୁ ଉଠି ପ୍ରଥମେ ଯୋଗ-ପ୍ରଶିକ୍ଷକ ଗଙ୍ଗାଧର ମେହେରଙ୍କ ଠାରୁ ଯୋଗ ତାଲିମ ନେଇ ସକାଳ ୮.୩୦ ରେ ସ୍ୱଚ୍ଛ ଅଭିଯାନ ମାଧ୍ୟମରେ ଶ୍ରମ ଦାନ କରିଥିଲେ । ପରେ ପରେ ଦ୍ଵିତୀୟ ଦିନ ର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ଏଥିରେ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ଅଶୋକ କୁମାର ପାଣ୍ଡିଆ, ବୌଦ୍ଧ ଜିଲ୍ଲା ରୁ ଆସି ସ୍ବେଛାସେବୀ ମାନଙ୍କୁ First-Aid ଉପରେ ପ୍ରଶିକ୍ଷଣ ଦେଇଥିଲେ । ପରେ ସିଦ୍ଧାର୍ଥ ଡ଼ିଗ୍ରୀ କଲେଜର ଅର୍ଥଶାସ୍ତ୍ର ଅଧ୍ୟାପକ ତଥା ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ବିଶ୍ୱନାଥ ମିଶ୍ର Y. R. C ମାଧ୍ୟମରେ Voluntarism ଉପରେ ଏକ ଶିକ୍ଷଣୀୟ Class ନେଇଥିଲେ । କାର୍ଯ୍ୟକ୍ରମର ମଝିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ପ୍ରାୟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅଧିବେଶନ ର ଶେଷ ସୋପାନରେ ବେଲପଡା Fire Brigadier ମାନେ Disaster Management ଉପରେ ସୁନ୍ଦର ତାଲିମ ପ୍ରଦାନ କରିଥିଲେ । ଶେଷରେ Essay, Debate, Quiz ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ ଟା ରୁ ୮.୩୦ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ବେଛାସେବୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ କାଉନସିଲର ସୁଦାମ ଚନ୍ଦ୍ର ମହାପାତ୍ର ସମସ୍ତ ଅତିଥି ଶିକ୍ଷକଙ୍କ ପରିଚୟ ପ୍ରଦାନ କରିଥିଲେ । ବଲାଙ୍ଗୀର ଜିଲ୍ଲା ସଂଯୋଜକ ଡ଼କ୍ଟର ଦୈତାରୀ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default