ସିନ୍ଧେକେଲା,୧୦/୧୨ (ଦୀନେଶ ଜୈନ) ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଞ୍ଚାୟତ ଅନ୍ତର୍ଗତ ପୁଟୁପଡା ସ୍ଥିତ ଅଲେଖ ସିଦ୍ଧ ମହିମା ମଠରେ ପୌଷ ପୂର୍ଣ୍ଣିମା ମେଳା ଆୟୋଜନ କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଠାଧିସ ବାବା କିଶୋର ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଆସନ୍ତା ଚଳିତ ବର୍ଷ ଡିସେମ୍ବର ୩୧ ରୁ ନୂତନ ବର୍ଷ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଚାରିଦିନ ଧରି ଉକ୍ତ ମେଳା ଚାଲିବ ବୋଲି ନିଷ୍ପତ୍ତି ନିଆଯିବା ସହ ଏଥର ମେଳା କୁ ପୂର୍ବ ବର୍ଷ ଅପେକ୍ଷା ଆହୁରି ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଧୁ ଲକ୍ଷେଶ୍ୱର ଦାସ , ସାଧୁ ଧର୍ମାନନ୍ଦ ଦାସ , ନିର୍ମଳ ଦାସ , ହର୍ଷମଣି ବ୍ରହ୍ମଚାରୀ , କରନ୍ ବ୍ରହ୍ମଚାରୀ , ସତ୍ୟ ବ୍ରହ୍ମଚାରୀ , ଭୀମ ବ୍ରହ୍ମଚାରୀ , ସୂର୍ଯ୍ୟମଣି ବ୍ରହ୍ମଚାରୀ , ବିଭୁ ବ୍ରହ୍ମଚାରୀ , ମୈତ୍ର ବ୍ରହ୍ମଚାରୀ , ଧନିରାମ ବ୍ରହ୍ମଚାରୀ , ଯୁଧିଷ୍ଠିର ବ୍ରହ୍ମଚାରୀ , ସାଧୁ କୃଷ୍ଣ ଦାସ , ଶ୍ୟାମ ଦାସ , ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀ ପ୍ରମୁଖଙ୍କ ସହ ପୁଟୁପଡା ଓ ସିନ୍ଧେକେଲାର ବହୁ ଭକ୍ତ ସାମିଲ ହୋଇଥିଲେ ।
ପୁଟୁପଡା ଅଲେଖ ମହିମା ମଠରେ ପୌଷପୂର୍ଣ୍ଣିମା ମେଳା କୁ ନେଇ ପ୍ରସ୍ତୁତି
Wednesday, December 10, 2025
0

Tags