ପିପିଏଫ ଲଗ-ଇନ-ଡେ ଅବସରରେ ରାଲି ଶୋଭାଯାତ୍ରା

ଆଜତକ ଓଡ଼ିଶା
0

ବଲାଙ୍ଗିର /କଣ୍ଟାବାଞ୍ଜି ୦୫/୧୨(ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଷ୍ଟ ଅଫିସ କାର୍ଯ୍ୟାଳୟରେ ଆଜି ପିପିଏଫ ଲଗ-ଇନ-ଡେ ରହିଥିଲା । ଏହି ଅବସରରେ ଏକ ରାଲି ବାହାରି ସହର ପରିକ୍ରମା କରିଥିଲେ । ପୋଷ୍ଟ ମାଷ୍ଟର ଶ୍ରୀ ଗୌରାଙ୍ଗ ଚରଣ ସା ଙ୍କ ନେତୃତ୍ବରେ ସମସ୍ତ ଆସିଷ୍ଟାଣ୍ଟ ପୋଷ୍ଟାଲ କର୍ମଚାରୀ ସାମିଲ ହୋଇ ରାଲି ଶୋଭାଯାତ୍ରାକୁ ସଫଳ କରିଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କୁ ସଚେତନ କରାଇବା ସହିତ ପୋଷ୍ଟ ଅଫିସରେ ଖାତା ଖୋଲିଲେ କଣ କଣ ସୁବିଧା ସୁଯୋଗ ରହିଛି ସେ ନେଇ ପ୍ରଚାର ପ୍ରସାର କରାଯାଇଥିଲା । ଏନେଇ ପୋଷ୍ଟମାଷ୍ଟର ଗୌରାଙ୍ଗ ଚରଣ ସା ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ପୋଷ୍ଟମେନ ଓ ପୋଷ୍ଟାଲ ଆସିଷ୍ଟାଣ୍ଟ ମାନଙ୍କ ମିଳିତ ଉଦ୍ୟମରେ ଆଜି ୨୦ ଟି ଖାତା ଖୋଲା ଯାଇଥିଲା, ଓ ସହର ପରିକ୍ରମା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନବୀନ କୁମାର ବଏ, ଅରବିନ୍ଦ ମେହେର, ସ୍ଵରାଜ ସେଠଙ୍କ ସହ କଣ୍ଟାବାଞ୍ଜି ପୋଷ୍ଟମାଷ୍ଟର ଗୌରାଙ୍ଗ ଚରଣ ସାଙ୍କ ଅଧୀନରେ ଆସୁଥିବା ପୋଷ୍ଟମେନ ମାନେ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default