ଲେବଡ଼ା ପିଏମଶ୍ରୀ ସ୍କୁଲରେ ଖାଦ୍ୟହାଟ ଉତ୍ସବ ପାଳିତ

ଆଜତକ ଓଡ଼ିଶା
0

ମୁରିବାହାଲ,୧୧।୧୨ (ନ୍ୟୁଜ ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପିଏମଶ୍ରୀ ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଧନ୍ଧାମୂଳକ ଶିକ୍ଷାର ଖାଦ୍ୟ ପ୍ରକ୍ରିୟାକରଣ ତରଫରୁ ଖାଦ୍ୟହାଟ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁତିବାହନ ମୁନା ଙ୍କ ତତ୍ଵାବଧାନରେ ହୋଇଥିବା ଏହି ଉତ୍ସବରେ ଧନ୍ଧାମୂଳକ ଶିକ୍ଷାବିଭାଗର ଜୟରାମ ମୋହାପାତ୍ର ଙ୍କ ଦ୍ଵାରା ଖାଦ୍ୟହାଟ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅଥିତିରୂପେ ବିଦ୍ୟାଳୟର ସଭାପତି ଡମ୍ବରୁଧର ମାଝୀ ଯୋଗଦେଇ ଉତ୍ସବ କୁ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଖାଦ୍ୟପ୍ରକରଣ ବିଭାଗ ର ସମସ୍ତ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଖାଦ୍ୟ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ବିଦ୍ୟାଳୟର ଅକୁର୍ ସାହୁ, ରାମକୃଷ୍ଣ ଆଡଯୁଏଡ ଙ୍କ ସହିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗକରି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default