୧୮୦ ଲିଟର ଶଳଫ ତାଡି ସହିତ ଦୁଇ ଅଭିଯୁକ୍ତ ଗିରଫ

ଆଜତକ ଓଡ଼ିଶା
0

ଝରିଗାଁ ୧୧/୧୨ ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ତେଲନଦୀଗାଁ ଗ୍ରାମ ପଂଚାୟତରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ୧୮୦ ଲିଟର ଶଳଫ ତାଡି ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ଦୁଇଜଣ ହେଲେ ଭୀମସେନ ସାହୁ (୪୩)ଓ ଘନଶ୍ୟାମ ସାନ୍ତା (୩୪) । ତେଲନଦୀଗାଁ ପଂଚାୟତ ସଦର ମହକୁମାର ଭୀମସେନ ସାହୁ ଙ୍କ ଠାରୁ ୮୦ ଲିଟର ଶଳଫ ତାଡି ସହିତ ଏକ ମଟର ସାଇକେଲ (ଓ ଆର ୨୪-୧୮୫୦)ଜବତ କରାଯାଇଥିବା ବେଳେ ବେଲିପେଟା ଗ୍ରାମର ଘନଶ୍ୟାମ ସାନ୍ତାଙ୍କ ଠାରୁ ୧୦୦ଲିଟର ଶଳଫ ତାଡି ସହିତ ଏକ ବାଇକ (ଓ ଡି ୨୪ ଏଫ ୨୮୫୫)ଜବତ କରାଯାଇଥିବା ସୂଚନା ମିଳିଛି । ଉଭୟ ଅଭିଯୁକ୍ତଙ୍କୁ କର୍ମରୀ ଛକରେ ଗିରଫ କରିବା ପରେ ଝରିଗାଁ ଝରିଗାଁ ଜେଏମଏଫସି କୋର୍ଟରେ ହାଜିର କରାଯାଇଛି । ଉଭୟ ଅଭିଯୁକ୍ତଙ୍କ ନାରେ କେସ ନଂ ୨୮୮/୨୫-୨୬ ଏବଂ ୨୮୯/୨୫-୨୬ ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ଅବକାରୀ ବିଭାଗର ଓଆଇସି ସୁଶୀଲ କୁମାର ଭୁଏଁ, ଏଏସଆଇ ଏମ କେ ପ୍ରଧାନ, ସୁବାସ ଚନ୍ଦ୍ର ଗୌଡ଼, ଛତର ଗଣ୍ଡ ଓ ଜ୍ୟୋସ୍ନା ହରିଜନ ପ୍ରମୁଖ ସାମିଲ ରହିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ରହିଛି ।

ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

0 Comments

Please Select Embedded Mode To show the Comment System.*

3/related/default