ଖପ୍ରାଖୋଲର ଗର୍ବ ଦିଲ୍ଲୀରେ — ଅଶୋକ କୁମାର ବାଗଙ୍କୁ ବାବା ସାହେବ ଆମ୍ବେଦକର ଜାତୀୟ ଫେଲୋସିପ ଆୱାର୍ଡ
Saturday, December 13, 2025
0
ଦିଲ୍ଲୀ (ଗଣେଶ ଦାସ) ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଜାତୀୟ ସମ୍ମିଳନୀରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳର ସମାଜସେବୀ ତଥା ସାମ୍ବାଦିକ ଅଶୋକ କୁମାର ବାଗଙ୍କୁ “ବାବା ସାହେବ ଡ଼. ବି.ଆର. ଆମ୍ବେଦକର ଜାତୀୟ ଫେଲୋସିପ ଆୱାର୍ଡ” ରେ ସମ୍ମାନିତ କରାଯାଇଛି। ସମାଜ ସେବା, ମାନବିକ ଚିନ୍ତାଧାରା ଓ ଦଳିତ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅବଦାନକୁ ସମ୍ମାନ ଜଣାଇ ଏହି ଜାତୀୟ ସ୍ତରର ଫେଲୋସିପ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ଜାତୀୟ ସଭାପତି ଡ଼. ଏସ.ପି. ସୁମନକ୍ଷରଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼. ସତ୍ୟନାରାୟଣ ଜଟିଆ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ପୂର୍ବତନ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ସଂଘପ୍ରିୟ ଗୌତମ ମଞ୍ଚାସିନ ଥିଲେ। ଏହି ଜାତୀୟ ସମ୍ମିଳନୀରେ ଭାରତର ସମସ୍ତ ରାଜ୍ୟର ସଭାପତି, ଉପସଭାପତି, ସେକ୍ରେଟାରୀ ସହ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲେ। ଓଡ଼ିଶା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ସଭାପତି ନିହାଲ ସିଂ ଓ ଜାତୀୟ ସେକ୍ରେଟାରୀ ତଥା ଆଇନଜିବୀ ଦୀପକ ରଞ୍ଜନ ବାଗ ମଧ୍ୟ ଉପସ୍ଥିତ ଥିଲେ। ଏହି ଗରିମାମୟ ଜାତୀୟ ସମ୍ମାନରେ ସମ୍ମାନିତ ହୋଇଥିବା ଶ୍ରୀ ବାଗଙ୍କୁ ନେଇ ବଲାଙ୍ଗୀର ଜିଲ୍ଲା ସହ ସାରା ଓଡ଼ିଶାରେ ଆନନ୍ଦ ଓ ଗର୍ବର ଆଭା ବ୍ୟାପିଛି। ବିଭିନ୍ନ ମହଳରୁ ତାଙ୍କ ପ୍ରତି ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି ।
Tags

