ରକ୍ତଦାନ ସହ ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ଆରମ୍ଭ

ଆଜତକ ଓଡ଼ିଶା
0

ଭବାନିପାଟଣା (ସ୍ବାସ୍ତିଦୀପ ଆଦିତ୍ୟ) : ନର୍ଲା ବ୍ଲକର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ ପାଳନ କରୁଛି ରଜତ ଜୟନ୍ତୀ ସମାରୋହ। ଶୁକ୍ରବାର ଏନେକ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହାପରେ ଶନିବାର ଓ ରବିବାର ଦୁଇଦିନ ଧରି ରଜତ ଜୟନ୍ତୀ ଭବ୍ୟ ଭାବରେ ପାଳିତ ହେବାକୁ ଥିବାବେଳେ ପୂରାତନ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରମ ଭୋଇଙ୍କ ତତ୍ବାବଧାନରେ ଏନେଇ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ସୁବୋଧ କୁମାର ମିଶ୍ର, ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ସମାଜସେବିକା ଶାନ୍ତି ମାଝୀ, ଶିକ୍ଷାବିତ ସରତ ଚନ୍ଦ୍ର ଭୋଇ, ସରିଆଁ ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଟଙ୍କଧର ସା, ସମାଜସେବୀ ବିଜୟ ଭୋଇ, ଆଲୁମିନି କମିଟିର ଉପଦେଷ୍ଟା ବିନାୟକ ମହନ୍ତ, ଯୁବ ନେତା ବିଜୟ ଧଙ୍ଗଡାମାଝୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ। ପୁରାତନ ଛାତ୍ର ସଂସଦ ସଭାପତି ଓମପ୍ରକାଶ ଛତ୍ରିଆ, ଉପସଭାପତି ରଘୁନାଥ ଦୀପ, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ପୂରାତନ ଛାତ୍ର ମିଳନ କୁମାର ଭୋଇ, ଶିଶିର କୁମାର ଭୋଇ, ସରୋଜ ମହାପାତ୍ର, ସୌରଭ କୁମାର ଭୋଇ, ପ୍ରତ୍ୟୁଷ କୁମାର ଭୋଇ, ଅସିମ ଭୋଇ, ହେମନ୍ତ କୁମାର ସାହୁ, ମଣ୍ଟୁ ମାଝୀ, ନେତାଜୀ କ୍ଲବ ବଲବସପୁରର ସଦସ୍ୟବୃନ୍ଦ ଓ ସରିଆଁ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default