ରାଜ୍ୟ ସ୍ତରୀୟ ବିଜ୍ଞାନ କୁଇଜ ରେ ଅଂଶ ଗ୍ରହଣ କରିବେ ଚନ୍ଦନ ପଧାନ
Tuesday, December 09, 2025
0
ବୀରମହାରାଜପୁର ୯/୧୨ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଚନ୍ଦନ ପ୍ରlଧନ ରାଜ୍ୟ ସ୍ତରୀୟ ବିଜ୍ଞାନ କୁଇଜ ରେ ଅଂଶ ଗ୍ରହଣ କରିବା କୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ସୁବର୍ଣ୍ଣପୁର ର ପିଏମଶ୍ରୀ ମହାରାଜା ହାଇସ୍କୁଲ ରେ ହୋଇଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ରେ ପ୍ରଥମ ସ୍ଥାନ ହୋଇ ରାଜ୍ୟ ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ଡିସେମ୍ବର ୧୧ ତାରିଖ ରେ ଭୁବନେଶ୍ୱର ସ୍ଥିତ ରିଜୋନାଲ ସାଇନ୍ସ ସେଣ୍ଟର ରେ ଏହାର ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରତିଯୋଗିତା ହେବ। ଅମରପାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସମ୍ବିତ ପ୍ରଧାନ ତାଙ୍କର ଗାଇଡ ଶିକ୍ଷକ ଭାବେ ତାଙ୍କ ସହିତ ଯିବେ। ଚନ୍ଦନ ଙ୍କ ସଫଳତା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ଶୁଭ କାମନା ଜଣାଇଛନ୍ତି। ପୂର୍ବରୁ ୨୦୨୩ ରେ ଅମରପାଲି ହାଇସ୍କୁଲ ରୁ କୁନ୍ତୀ ସାହୁ ମଧ୍ୟ ରାଜ୍ୟ ସ୍ତରୀୟ ବିଜ୍ଞାନ କୁଇଜ ରେ ଅଂଶ ଗ୍ରହଣ କରି ସ୍କୁଲ ପାଇଁ ଗୌରବ ଆଣିଥିଲେ।


