ଟିମନପୁର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଟିମନପୁର ପରିସରରେ ଆଜି ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଗମ୍ଭୀର ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଟିମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବୈକୁଣ୍ଠ ଦଣ୍ଡସେନା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଧାନ ଶିକ୍ଷକ ସତ୍ୟବାନ ମେହେର, ଗୋବିନ୍ଦପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭୀମସେନ ମେହେର, ପିତୃମାତୃ ମଞ୍ଚ ସଭାପତି ମିଥୁନ ବାଗ, ବ୍ଲକ ବିଜ୍ଞାନ ଫୋରମ୍ ସମ୍ପାଦକ କୈଳାଶଚନ୍ଦ୍ର ଦାଶ ଓ ଓଏଭି ଅଧ୍ୟକ୍ଷ ଶିବୁ କୁମାର ବିଶ୍ବାଳ ଉପସ୍ଥିତ ଥିଲେ। ଅତିଥି ଦେବ ପୂଜନ ପରେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରାଯାଇଥିଲା। ପରେ ଜିଲ୍ଲା ବାହାରୁ ଆସିଥିବା ବିଚାରକମାନେ—ସଞ୍ଜୀବ ପଣ୍ଡା (ପିଏମ୍ ଶ୍ରୀ ହାଇ ସ୍କୁଲ, ଜୁନାଗଡ), ଚନ୍ଦ୍ରହାସ୍ୟ ମେହେର (ପଞ୍ଚାୟତ ହାଇ ସ୍କୁଲ, ବାନିଯୋର), ମାନସ ରଣା (ସୋସିଆ ହାଇ ସ୍କୁଲ) ଓ ନିରଞ୍ଜନ ସାହାଣୀ (ପିଲକିଆ ହାଇ ସ୍କୁଲ) — ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରି ବିଚାରଣା କରିଥିଲେ। ଉଦଯାପନୀ ଅଧିବେଶନରେ ପୁନର୍ବାର ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ପ୍ରଶାନ୍ତ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଯୋଗଦେଇଥିଲେ। ଟିମନପୁର ଛାତ୍ରୀମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା। ପରବର୍ତ୍ତୀତ, ୭ଟି ସବ୍ଥିମ୍ ପାଇଁ ୭ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତର ପାଇଁ ଚୟନ କରାଯାଇଥିଲା। ସାଇନ୍ସ ସେମିନାର ପାଇଁ ୩ ଜଣ ଓ ଶକ୍ତି ସଂରକ୍ଷଣ ବିଭାଗରୁ ୧୦ ଜଣ ଛାତ୍ରଛାତ୍ରୀ ମଧ୍ୟ ପୁରସ୍କୃତ ହେଲେ। ମଞ୍ଚ ପରିଚାଳନା ଶିକ୍ଷକ ମନୋରଂଜନ ମେହେର ଓ ନରେନ୍ଦ୍ର ନାଏକ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଶିବୁ କୁମାର ବିଶ୍ବାଳ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ଶେଷ କରିଥିଲେ। ଏକ ଆକର୍ଷଣୀୟ ନୃତ୍ୟ ପରିବେଷଣ ସହ କାର୍ଯ୍ୟକ୍ରମ ଉଦଯାପନ କରାଯାଇଥିଲା। ସମସ୍ତ ଶିକ୍ଷକ, ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଗାଇଡ୍ ଶିକ୍ଷକ ଏବଂ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଟିମନପୁରରେ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ
Friday, December 05, 2025
0

Tags