ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ନୂଆପଡା ୧୨/୧୨ (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ସଦର ମହକୁମା ନୀଳାଦ୍ରି ବିହାର ଠାରେ ଭାରତସରକାର, ଓଡିଶା ସରକାର ଙ୍କ ଡିପାର୍ଟମେଣ୍ଟ ଅଫ ଫାଇନାନ୍ସ ସର୍ଭିସ ତରଫରୁ ଆର ଵି ଆଇ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହଯୋଗରେ" ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆର୍ଥିକ କ୍ଷେତ୍ରରେ ଦାବୀ କରା ଯାଇ ନଥିବା ସମ୍ପତ୍ତି ର ଦକ୍ଷ ଓ ଶୀଘ୍ର ବିନିଯୋଗକୁ ସହଜ ଓ ସରଳ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମଧୁସୂଦନ ଦାଶ, ଜିଲ୍ଲାପାଳ ନୂଆପଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ବୈଠକରେ ଅର୍ଥ ବିଭାଗ , ବିଭିନ୍ନ ବ୍ୟାଙ୍କ ଅଧିକାରୀ, ଗ୍ରାହକ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓ ଆର ଵି ଆଇ ଗାଇଡ଼ ଲାଇନ ଅନୁସାରେ ଦଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପଡି ରହିଥିବା ବ୍ୟାଙ୍କ ଆକାଉଣ୍ଟକୁ ଚାଲୁ ରଖିବା ପାଇଁ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି। ଏହି ସବୁ ବ୍ୟାଙ୍କ ଖାତା ପୁଣି ଥରେ ଆରମ୍ଭ ହେଲେ ହିତାଧୀକାରୀ ପଡି ରହିଥିବା ଟଙ୍କା ଫେରସ୍ତ ପାଇବେ । ସେହି ଆକାଉଣ୍ଟରେ ଜମା ଓ ଟଙ୍କା ଉଠାଣ କରି ପାରିବେ । ଏହା ଦ୍ୱାରା ସେମାନେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଲାଭ କରି ପାରିବେ । ଏହି କାର୍ଯ୍ୟକ୍ରମ ଜରିଆରେ ନୂଆପଡା ଜିଲ୍ଳାର ୧୬ କୋଟି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟ କୁ ଆସିବ । ଏହା ନ କଲେ ଆର ଵି ଆଇ ର ଡେଫ୍ଟ ଆକାଉଣ୍ଟରେ ଜମା ହୋଇ ପଡିରହିବ । ତେଣୁ କରି ସମସ୍ତେ ନିଜ ନିଜର ପୁରୁଣା ଆକାଉଣ୍ଟ କୁ ପୁଣି ଥରେ ଚାଲୁ କରି ନିଜର ଜମା ରାଶି ପ୍ରାପ୍ତ କରିବା ପାଇଁ ଅନୁରୋଧ କରାଯାଇଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default