ଗଞ୍ଜାମ/ବୁଗୁଡ଼ା,୧୨/୧୨ (ସୋରେନ କୁମାର ପ୍ରଧାନ) ଗତ ପାଞ୍ଚ ଦିନ ହେଲା ବୁଗୁଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ପ୍ରବଳ ଜାଡ଼ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବିଶେଷ କରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଶୀତର ତିକ୍ତତା ଅଧିକ ଅନୁଭୂତ ହେଉଥିବା ବେଳେ ସହରାଞ୍ଚଳ ମଧ୍ୟ ଏହାର ପ୍ରଭାବରୁ ବାଦ୍ ପଡ଼ିନାହିଁ।ତାପମାତ୍ରା ୧୧ ରୁ ୧୩ ଡିଗ୍ରୀ ମଧ୍ୟରେ ରହିବା ସାଙ୍ଗକୁ କୋହଲା ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଥଣ୍ଡା ପବନ ହେତୁ ଲୋକଙ୍କୁ ଘରୁ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି।ଶୀତୁଆ ସକାଳରେ କୌଣସି କାମରେ ଘରୁ ପଦାକୁ ବାହାରିବାକୁ କଷ୍ଟ ଲାଗୁଥିବା ବେଳେ ରାତିରେ ଶୀଘ୍ର ବଜାର ଘାଟ ଖାଲି ହୋଇଯାଉଛି । ଶୀତର ପ୍ରକୋପରେ ଆବାଳବୃଦ୍ଧବନିତା ସମସ୍ତେ ପ୍ରଭାବିତ ହେଉଛନ୍ତି। ବିନା ଶୀତ ବସ୍ତ୍ରରେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଥିବା ବେଳେ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଠାଏଁ ଠାଏଁ ନିଆଁର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି।
ବୁଗୁଡ଼ା ଅଞ୍ଚଳରେ ଶୀତର ପ୍ରକୋପ, ଜନଜୀବନ ଅସ୍ତବ୍ୟସ୍ତ
Friday, December 12, 2025
0

Tags