କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା (ଆସ ସ୍କୁଲ ଯିବା) କାର୍ଯକ୍ରମ ଅନୁଷ୍ଠିତ

ଆଜତକ ଓଡ଼ିଶା
0


ମୁରିବାହାଲ, ୧୨ |୧୨ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର, ବାନ୍ଦୁପଲା ଆନୁକୂଲ୍ୟରେ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁ ମୋହନ ପଧାନଙ୍କ ସଭାପତିତ୍ୱ ବୈଠକରେ ମୁଖ୍ୟଅତିଥି ଭାବେ ଚଲକି ସରପଞ୍ଚ ମମତା ପ୍ରଧାନୀ ସମ୍ମାନିତ ଅତିଥି ଭାବେ ଚଲକି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୈତନ୍ୟ ବାଗ, କରଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ, ସମାଜସେବୀ ମନୁ ଭୋଇ ଏବଂ ମୁରିବାହାଲ ପଂଚାୟତି ହାଇସ୍କୁଲ ପ୍ରଧାନଶିକ୍ଷକ ହେମନ୍ତ ନାଗ ଉପସ୍ଥିତ ଥିଲେ । ସମସ୍ତ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଭୋଜରାଜ ପଧାନ ସଂଯୋଜନା କରିଥିବା ବେଳେ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ,ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ବାନ୍ଦୁପଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default