ପଞ୍ଚମସନ୍ଧ୍ୟାରେ ତରବୋଡ଼ ଆଞ୍ଚଲିକ ଧନୁଯାତ୍ରା ମହୋତ୍ସବ

ଆଜତକ ଓଡ଼ିଶା
0

ନୁଆପଡ଼ା : ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ତରବୋଡ ଠାରେ ଚାଲିଥିବା ଧନୁଯାତ୍ରାରେ ଆଜି କଂସ ପାତ୍ରମନ୍ତ୍ରୀଙ୍କ ସହ ନଗର ଭ୍ରମଣ କରିଛନ୍ତି। ନଗରକୁ ସ୍ବଚ୍ଛ ନିର୍ମଳ ରଖିବା ପାଇଁ ପ୍ରଜାକୁ ତାଗିଦ୍ କରିଛନ୍ତି। ବାଇକ ଚାଳକ ହେଲମେଟ ପିନ୍ଧିବା ସହ ମଦ୍ୟପାନ କରି ଗାଡ଼ି ଚଳାଇବାକୁ ବାରଣ କରିଛନ୍ତି। ଅମାନ୍ୟ କଲେ ଦଣ୍ଡିତ କରିବାକୁ ଚେତାବନୀ ଦେଇଛନ୍ତି। ଆଜି କୃଷ୍ଣ-ବଳରାମଙ୍କ ଦ୍ୱାରା ଷଡ଼ମଲ୍ଲ ନିଧନ ଦୃଶ୍ୟ ଅଭିନୟ ହୋଇଛି। ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡା, ବିଜେଡି ରାଜ୍ୟ ସମ୍ପାଦକ ରାଜେଶ ନିଗମ, ରାଜୁ ଚୌହାନ, ବିଜେଡି ଜିଲ୍ଲା ସମ୍ପାଦକ ମହମ୍ମଦ ଜୁନେଦ, କନକ ଭସାଣି, ଉମା ହଂସ, ପୂର୍ଣ୍ଣ ଭୋଇ, ଦୟାନିଧ ଶବର ପ୍ରମୁଖ କଂସ ଦରବାରରେ ଅତିଥି ଭାବେ ଯୋଗଦେଇଥିଲେ। ସଞ୍ଜୀବ ପାଣିଗ୍ରାହୀ, ଅର୍ଜୁନ ଜଗତ ମଞ୍ଚ ପରିଚାଳନା କରି ଥିଲେ । ହାସ୍ୟ କବି ରାଜେଶ ଜୈନ କବିତା ପାଠ କରିଥିଲେ ‌।କମିଟି ସଭାପତି ଅମିତ ଅହିର, କୁଳ ବେମାଲ, ଦୁଃଖଭଞ୍ଜନ ନାୟକ, ଅଜୟ ଅହିର, ଉମା ବନଛୋର, ଗୋପାଳ ବନଛୋର, ନବୀନ ମହରା ପ୍ରମୁଖ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default