କ୍ଷେମାଲୋଏ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରତିମାସ ଦ୍ଵିତୀୟ ସୋମବାର ଆୟୁଷ୍ମାନ ଆରୋଗ୍ୟ ଶିବିର

ଆଜତକ ଓଡ଼ିଶା
0

ଉଲୁଣ୍ଡା ୦୮/୧୨ (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିବେଦିତା ପଧାନ ତତ୍ତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିଲା। ଶିବିରରେ ଡକ୍ଟର ବିଶ୍ଵନାଥ ମେହେର ଉପସ୍ଥିତ ରହି ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯକ୍ରମ ମାତୃ ମୃତ୍ୟୁ ହାର ରୋକିବା, ଶିଶୁ ଜନ୍ମ ପରେ ମା ଓ ଶିଶୁର ସ୍ବାସ୍ଥ୍ୟ ସୁରକ୍ଷା , ଉଚ୍ଚ ରକ୍ତ ଚାପ, ନିମ୍ନ ରକ୍ତ ଚାପ,ସୁଗର, ମ୍ୟାଲେରିଆ, ସିକିଲିନ୍,ମଧୁମେହ, ଓଜନ ମାପ ତଥା କିଶୋରୀ ବାଳିକା ମାନଙ୍କୁ ଖାଦ୍ୟ ,ସ୍ବଚ୍ଛତା, ଧୂମପାନ ଉପରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଲୋକଙ୍କୁ ସଚେତନ କରାଇଥିଲେ। ଏହି ଶିବିର ପ୍ରତିମାସ ଦ୍ଵିତୀୟ ସୋମବାର ଦିନ କ୍ଷେମାଲୋଏ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ହେଉଅଛି। ତେଣୁ ସମସ୍ତେ ଏହାର ସୁବିଧା ଉଠାଇବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା।ଏହି ଶିବିରରେ ଯୋଗଗୁରୁ ଡକ୍ଟର ହୃଷୀକେଶ ଦେହେରୀ ଯୋଗଦେଇ ପ୍ରତିଦିନ ଯୋଗ କରିବା ସହିତ ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ ।ଜୀବନରେ ମନ୍ତ୍ର,ବ୍ୟାୟାମ,ଆସନ, ପ୍ରାଣାୟାମର ଆଧୁନିକ ଯୁଗରେ କେତେ ଗୁରୁତ୍ତ୍ଵ ସେ ଉପରେ ଆଲୋକପାତ କରିଥିଲେ। ଏହା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆସନ,ମୁଦ୍ରା ଓ ପ୍ରାଣାୟାମ କରାଇଥିଲେ। ଏହି ଶିବିରରେ ଏ.ଏନ୍.ଏମ୍ ଗୀତା କର୍ମୀ ଓ ଆଶାକର୍ମୀ ଗୀତାଞ୍ଜଳି ପଧାନ, ସଂତୋଷିନି ପାତ୍ର, ଜୟନ୍ତୀ ବାରିକ, ମୈଥିଳୀ ବାରିକ, ପ୍ରତିଭା ପୁରୋହିତ, ପୁଷ୍ପାଞ୍ଜଳି ପଧାନ, ମନ୍ଦାକିନୀ ପଧାନ ପ୍ରମୁଖ ଶିବିରରେ ସଂପୂର୍ଣ୍ଣ ସାହଯ୍ୟ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default