ସିଲଣ୍ଡା ସ୍କୁଲରେ ରେ ଜନ ସଚେତନତା କାର୍ଯ୍ୟକ୍ରମ
Monday, December 08, 2025
0
ସିନ୍ଧେକେଲା,୮/୧୨ (ଦୀନେଶ ଜୈନ) - ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସିଲଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜ୍ୟୋତି ପ୍ରକାଶ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ସମାଜର ସୁରକ୍ଷା ଓ ସାଇବର ଲୁଟେରାଙ୍କ କବଲରୁ ଜନ ସାଧାରଣ କିପରି ସଚେତନ ହୋଇପାରିବେ ସେ ଉପରେ ବାଳିକା ମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଆଗାମୀ ଦିନରେ ଏହି ଛୋଟଛୋଟ ପିଲାମାନେ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରି ସଞ୍ଚିଥିଲା ଧନକୁ କିପରି ସୁରକ୍ଷିତ ରଖି ପାରିବେ ସେ ଉପରେ ସମ୍ବଲପୁରୀ ଢଗଢମାଳି ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଗୁରୁ ରବୀନ୍ଦ୍ର ସାଏଙ୍କ ନିର୍ଦ୍ଦେଶନା ରେ ଛାତ୍ରୀ ମୀରା ସେଲମା , କାଂଚନୀ କେତକୀ , ମାନବୀ ବଗର୍ତ୍ତି , ରେଣୁକା ବଗର୍ତ୍ତି , ବୈଶାଳୀ ବାଗ , ଗିତା ବାଗ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ପ୍ରକୃତି ଓ ପରିବେଶ ଉପରେ ଆଧାରିତ ଏକକ ଅଭିନୟ କରି ଛାତ୍ରୀ କେତକୀ ଚନ୍ଦନ ଓ ତିଥି ଚିନାଗୁନ ସମସ୍ତଙ୍କ ମନ କୁ ଆକର୍ଷିତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମିନତୀ ଦାସ ସମେତ ସିଲଣ୍ଡା ଗ୍ରାମବାସୀ ଉପସ୍ଥିତ ଥିଲେ ।
Tags

