କୁଅଁ ଭିତରୁ ଯୁବକଙ୍କ ପଥର ବନ୍ଧା ଶବ ଉଦ୍ଧାର ଘଟଣା

ଆଜତକ ଓଡ଼ିଶା
0

ଆଜି ତେଲ କାର୍ଯ୍ୟ ସମ୍ପର୍ଣ୍ଣ, ମିଳି ପାରିଲା ନାହିଁ ହରିଶ୍ଚନ୍ଦ୍ର ସହାୟତା



ବଲାଙ୍ଗିର : ୦୧/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ବୁରୋମାଳ ଗାଁ'ର ହସମନ ଭାଟିଙ୍କ ୨୨ ବର୍ଷିଆ ବଡ଼ ପୁଅ ସୁରେନ୍ଦ୍ରଙ୍କ ଶବ କୁଅଁ ପାଣି ଭିତରୁ ଉଦ୍ଧାର ପରେ ଭାଙ୍ଗି ପଡ଼ିଛି ସମ୍ପୂର୍ଣ୍ଣ ପରିବାର । ଏହି ପରିପ୍ରେକ୍ଷୀରେ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ତେଲ କାର୍ଯ୍ୟ ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାର ନିୟମ ରହିଥିଲେ ସୁଦ୍ଧା, ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ବାବୁଙ୍କ ଦର୍ଶନ ମିଳି ନାହିଁ ବୋଲି ପରିବାର ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ପୁଲିସ ପାଇଁ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟଣା ମୁଣ୍ଡବିନ୍ଧାର କାରଣ ପାଲଟିଛି, ସମସ୍ତ ଦିଗରେ ତଦନ୍ତ କଲାପରେ ବି ହତ୍ୟାକାରୀଙ୍କ ଟେର ପାଉ ନାହିଁ ପୁଲିସ । ସେପଟେ କୁହାଯାଉଛି ଯେ କୌଣସି ଜଣେ ମହିଳାଙ୍କ ପାଖକୁ ଭୁଲରେ ଏକ କଲ ଚାଲି ଯାଇଥିଲା ସୁରେନ୍ଦ୍ରଙ୍କର, ଫଳରେ ମହିଳା ଜଣକ ରାଗିଯାଇ ତାଙ୍କର ପୁରୁଷ ବନ୍ଧୁଙ୍କୁ ନମ୍ବର ଦେଇଥିଲେ, ଓ ପୁରୁଷ ବନ୍ଧୁ ଜଣକ ଅଶ୍ଳୀଳ ଭାଷା ପ୍ରୟୋଗ କରି ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ ବୋଲି ଯାହା କୁହାଯାଉଛି । ଯଦି ପୁଲିସ ସୁରେନ୍ଦ୍ରଙ୍କ କଲ ରେକର୍ଡ଼ ଯାଞ୍ଚ କରି, ଉକ୍ତ ମହିଳା ଓ ମହିଳାଙ୍କ ପୁରୁଷ ବନ୍ଧୁଙ୍କୁ ତଦନ୍ତ ପରିସରଭୁକ୍ତରେ ଅଣାଯାଏ ତେବେ କିଛି ତଥ୍ୟ ମିଳିପାରେ । ଉଲ୍ଲେଖନୀୟ ଯୋଗ୍ୟ ଯେ ଯଦି ମୃତ ସୁରେନ୍ଦ୍ର ନିଜେ ଆତ୍ମହତ୍ୟା କରିଛନ୍ତି, ଓ ନିଜ ହାତରେ ପଥର ବାନ୍ଧି କୁଅଁ ପାଣିରେ ଡ଼େଇଁଛନ୍ତି ତେବେ ପାଣିରେ ବୁଡ଼ି ପାଣି ପେଟ ଫୁଲିଥାନ୍ତା । ମୃତ୍ୟୁ ପରେ ହିଁ କୁଅଁ ପାଣିରେ ଫିଙ୍କା ଯାଇଛି ବୋଲି ପାଣି ବୁନ୍ଦାଏ ବି ସୁରେନ୍ଦ୍ରଙ୍କ ଦେହରୁ ବାହାରିଲା ନାହିଁ । ଯଦି ମୃତ୍ଯୁ ପରେ କେହି ନିଜ ହାତରେ ପଥର ବାନ୍ଧି କୁଅଁରେ ଡେଇଁ ପାରିବା ସମ୍ଭବପର ନୁହେଁ । ତେଣୁକରି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଛି, ପୁଲିସ ଯଦି ଉପଯୁକ୍ତ ତଦନ୍ତ କରେ ତେବେ ହତ୍ୟାକାରୀଙ୍କୁ ଶିଘ୍ର କଳାକୋଠରୀ ଭିତର ଦେଖାଇ ଦେଇ ପାରିବ । ସେପଟେ ମୃତ ସୁରେନ୍ଦ୍ରଙ୍କ ବାପା ହସମନ ଭାଟି ପୁଲିସ ଉପରେ ଦୃଢ଼ ବିଶ୍ବାସ ରହିଛି, ପୁଲିସ ତଦନ୍ତ କରୁଛି ନିହାତି ଭାବରେ ଦୋଷୀଙ୍କୁ ଧରିବ ଆଉ ଆମକୁ ନ୍ୟାୟ ପ୍ରଦାନ କରିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି !

Post a Comment

0 Comments

Please Select Embedded Mode To show the Comment System.*

3/related/default