ଖରିଫ ଧାନ ସଂଗ୍ରହ ପାଇଁ ନନ୍ଦ ଗାଁ ମଣ୍ଡି ଠାରେ ରେ ଚାଷୀଙ୍କ ସଚେତନ ସଭା

ଆଜତକ ଓଡ଼ିଶା
0

ଧର୍ମଗଡ, (ପ୍ରଦୀପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ନନ୍ଦ ଗାଁ ଧାନ ମଣ୍ଡି ରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ଙ୍କ ସଚେତନ ସଭା ଅନୁଷ୍ଠିତ , ଉକ୍ତ କାର୍ଯ୍ୟକ୍ରମ ରେ ନନ୍ଦ ଗାଁ ସେବା ସମବାୟ ର ସଭାପତି ଖଗେଶ୍ୱର ବଣିଆ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ନନ୍ଦ ଗାଁ ସରପଞ୍ଚ ପ୍ରତିନିଧି ତଥା ଯୁବ ନେତା ଭବାନୀ ଶଙ୍କର ବଣିଆ , ପୂର୍ବତନ ସରପଞ୍ଚ କିଶୋର ବଣିଆ, ସମିତି ସଭ୍ୟ ଭୁବନେଶ୍ୱର ଶବର, ପେକ୍ସ ନିର୍ବାହୀ ଅଧିକାରୀ ମୋନୋଜ ବଣିଆ, ପେକ୍ସ ଡାଇରେକ୍ଟର ସଞ୍ଜୟ କୁମାର ପଟେଲ, ଗଣେଶ ରାମ ଶବର, ଆରଏମସି କର୍ମଚାରୀ ଅନ୍ତର୍ଯ୍ୟାମୀ ଖଡିକାର, ଚାଷୀ ପ୍ରତିନିଧି ରାଘବାନନ୍ଦ ନାଏକ, ସମେତ ଅନେକ ଚାଷୀ ଉପସ୍ଥିତ ରହି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥିରେ ନନ୍ଦ ଗାଁ, ମଝେନପଦର, ବିରାମାଲ, ବଡ଼ଫୁର୍ଲା, ମାଲପଡା, ଭାଲଢ଼ୋଲା, ଲଛିପୁର, ଗାଁ ର ଚାଷୀ ଉପସ୍ଥିତ ଥିଲେ।ମଣ୍ଡି ରେ ବିଗତ ଦିନ ମାନଙ୍କ ରେ ହୋଇଥିବା ଅରାଜକତା ପୁନର୍ବାର କରାଇଦେବୁ ନାହିଁ ଉଚିତ ଚାଷୀଙ୍କ ଧାନ ପ୍ରଥମେ ବିକ୍ରୟ କରାଯିବ ବୋଲି ଯୁବ ନେତା ଭବାନୀ ବଣିଆ ବକ୍ତ୍ୟବ୍ୟ ରଖିଥିଲେ। ଜିଲ୍ଲା ରେ ମଣ୍ଡି ଉଦଘାଟନ ହୋଇ ୧୦ ଦିନ ହୋଇଥିଲେ ମଧ୍ୟ ମାତ୍ର ୨ ଜଣ ଚାଷୀଙ୍କ ଧାନ ଉଠିଛି। ପ୍ରାୟ ଚାଷୀ ଧାନ ଅମଳ କରି ମାସେ ରୁ ଦେଢ଼ ମାସ ହେବ ନିଜ ଖଳା ରେ ଗଛିତ ରଖି ଶୀତ କାକର ରେ ଜଗୁ ଛନ୍ତି ବୋଲି ଚାଷୀ ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default