ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଯାପିତ

ଆଜତକ ଓଡ଼ିଶା
0

କଣ୍ଟାମାଳ,୦୧/୧୨ (ମନଧର କର୍ମୀ) କଣ୍ଟାମାଳ ବ୍ଲକ ର ସ୍ଥାନୀୟ କଲେଜ ଖେଳ ପଡିଆ ଠାରେ ଆଜି ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଯାପିତ ହୋଇଯାଇଛି । କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ କଣ୍ଟାମାଳ ବ୍ଲକ ପ୍ରତିନିଧି ଦୀପକ ବାରିକ ଙ୍କ ତତ୍ୱାବଧାନରେ ବ୍ଲକର କଣ୍ଟାମାଳ ହାଇସ୍କୁଲ ଖେଳ ପଡିଆ, କଲେଜ ପଡିଆ ଓ ଋଣ୍ଡିମହୁଲ ର ବାଲିଜୋରୀ ପଡିଆ ଠାରେ ଚାରିଦିନଧରୀ ଚାଲିଥିବା ବ୍ଲକସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ପ୍ରଥମ ପର୍ଯ୍ୟାୟ କ୍ରୀଡାରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ଗୋଷ୍ଠି ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି ଓ ସମ୍ମାନୀତ ଅତିଥିଭାବେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସଭାପତି ଦିବ୍ୟଶଙ୍କର ରାଉତ, ସାମ୍ବାଦିକ ଜୟ କୁମାର ମହାରଣା,ପୂର୍ଣ୍ଣ ଚରଣ ସାହୁ ଆଇନଜୀବୀ ଯଦୁଵିହାରୀ ବାଘ,ବ୍ଲକ ଜିପିଡିଓ ଜ୍ଞାନ ରଞ୍ଜନ ପ୍ରଧାନ, ଖେଳ ଶିକ୍ଷକ ସୁଦାମ ଚରଣ ମିଶ୍ର, ଗୋପାଳ ଚନ୍ଦ୍ର ପୁରୋହିତ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଖେଳ ପ୍ରତିଯୋଗିତା ରେ ମୁଖ୍ୟଅତିଥି ଭାବେ ୧ନଂ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ସାହୁ ଓ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ତଥା ସମାଜସେବୀ ନୀଳାଞ୍ଚଳ ଭୋଇ, ସାମ୍ବାଦିକ ପ୍ରଭାତ ସାହୁ, ସତ୍ୟନାରାୟଣ ମାଝୀ,ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଉଦଯାପନୀ ଦିବସରେ ବାଳିକାମାନଙ୍କ ପୁଚି ଖେଳ, ଚେସ ଓ ବ୍ୟାଡ଼ମିଣ୍ଟନ ଆଦି ପ୍ରତିଯୋଗିତା ହୋଇଥିଲା । ଅନୁଷ୍ଠିତ ଖେଳକୁ ସୁଦାମ ମିଶ୍ର, ମକୁନ୍ଦ ସାହୁ, ପ୍ରଦୀପ ପ୍ରଧାନ,ମହେନ୍ଦ୍ର କୁମାର ସାହୁ, ବିଶ୍ୱଜିତ ପ୍ରଧାନ, ଆଦିନାଥ ଦାସ, ପ୍ରଦୀପ ରାଉତ, ଉମାକାନ୍ତ ପଣ୍ଡା, ପଞ୍ଚାନନ ପ୍ରଧାନ, ଜିତେନ୍ଦ୍ରିୟ ହୋତା, ମୁରଲୀ ରଣା, ବୀରେନ୍ଦ୍ରମହାକୁଳ, ଦିବ୍ୟାଲୋଚନ ମହାନନ୍ଦ, ସନ୍ତୋଷ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, କମ୍ପାଳ ନାଏକ, ତେଜରାଜ ବିଶ୍ୱାଳ, ପ୍ରଣବ କିଶୋର ସାହୁ, ପ୍ରଦୀପ ରାଉତ,ଶ୍ରୀଧର ସାହୁ, ବୀରେନ୍ଦ୍ର କୁମାର ସାହୁ ଆଦି ବିଭିନ୍ନ ବିଦ୍ୟାଳୟ ର ଖେଳ ଶିକ୍ଷକ ଖେଳ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ପିଇଓ ଜ୍ଞାନ ରଞ୍ଜନ ମିଶ୍ର, ଗୋକୁଳ ଭୋଇ, ଭୁଲେଶ୍ୱର ନାଗ, ଅନନ୍ତ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ସୂର୍ଯ୍ୟକାନ୍ତଖଟୁଆ, ସିପୁନ ସାହୁ,ରାଜେଶ ବାରିକ, ସମେତ ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ନିରୋଜ ପାତ୍ର, ରୋହିତ ନାୟକ, ମଣ୍ଟୁ ଭାଇ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏଥିରେ କଣ୍ଟାମାଳ ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default