ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଆଜତକ ଓଡ଼ିଶା
0


ଝରିଗାଁ ୦୮/୧୨ (ବୁଦୁରାମ ଗଣ୍ଡ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଆଜି ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ଏଥିରେ ଝରିଗାଁ ପଞ୍ଚାୟତ ସମିତି ର ବିଭିନ୍ନ ଅଞ୍ଚଳ ରୁ ଜିଲ୍ଲାପାଳ ଙ୍କୁ ଭେଟି ସରକାରୀ ଜମି ବାଡ଼ି, ପାଇଖାନା ବିଲ, ରାସ୍ତା ନିର୍ମାନ ଓ ନିଜର ତଥା ନିଜ ଅଞ୍ଚଳ ର ସମସ୍ୟା,ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା ୨୮ ଟି ଅଭିଯୋଗ ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ ୧୪ ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ ୧୪ ଗୋଟି ଗୋଷ୍ଟିଗତ ଥିଲା। ସମୁଦାୟ ଅଭିଯୋଗ ମଧ୍ୟରୁ ତୁରନ୍ତ ୨୮ ଗୋଟି ଅଭିଯୋଗ ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ ଓ ପଦକ୍ଷେପ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଯଥାଶୀଘ୍ର ଶେଷ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଜଣଙ୍କୁ ହୁୱେଲ ଚେର ପ୍ରଦାନ କରାଯାଇଥିବା ବେଳେ ୪୩ ବାର୍ଦ୍ଧକ୍ୟ ଭତ୍ତା (ପେନସନ) ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ, ଏସପି, ଆର ଡ଼ି ଭିବାଗ, pwd ଭିବାଗ, ବିଡ଼ିଓ ମଧୁସୂଧନ ମାଝୀ,ବି ଏସ ଏସ ସୌରଭ କେତନ ବେହେରା , ଏଇ, ଜେଇ, ଝରୀଗାଁ ଥାନ ଅଧିକାରୀ ପ୍ରଦୀପ କୁମାର ସବର, ଜିପିଓ ରମେଶ ହରିଜନ ଶହ ସରକାରୀ କର୍ମ ଚାରି ଥିଲେ।

ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

0 Comments

Please Select Embedded Mode To show the Comment System.*

3/related/default