ତୁରେକେଲା ପୋଲିସ ଦ୍ୱାରା ବେଆଇନ ଦାଦନ ଶ୍ରମିକ ଉଦ୍ଧାର; ଦୁଇ ଗିରଫ

ଆଜତକ ଓଡ଼ିଶା
0

ବଲାଙ୍ଗିର/କଣ୍ଟାବାଞ୍ଜି (ଗଣେଶ ଦାସ) ଗତକାଲି ବିଳମ୍ବିତ ରାତିର ଏକ ଅଭିଯାନରେ ତୁରେକେଲା ଥାନା ପୋଲିସ ହଲନଭଟା ଗ୍ରାମ ନିକଟରୁ ବେଆଇନ ଦାଦନ ଚାଲାଣ ଉଦ୍ୟମରୁ ତିନି ଶିଶୁ ସମେତ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ପୋଲିସ ସୂତ୍ର ଅନୁଯାୟୀ, ଶ୍ରମିକ ମାନେ ଲାଠୋର ଥାନା ଅନ୍ତର୍ଗତ ଫୁଲକିମୁଣ୍ଡା ଗ୍ରାମର । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜଣେ ହଲନଭଟା ଗ୍ରାମର ବାସିନ୍ଦା ଥିବା ବେଳେ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ମୁଖ୍ୟ ଶ୍ରମିକ ଠିକାଦାର ଭାବରେ ଚିହ୍ନଟ ହୋଇଛନ୍ତି । ଗିରଫ ବ୍ୟକ୍ତିମାନେ କାମ ପାଇଁ ରାଜ୍ୟ ବାହାରକୁ ବେଆଇନ ଭାବରେ ଶ୍ରମିକମାନଙ୍କୁ ପରିବହନ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏନେଇ ତୁରେକେଲା ପୋଲିସ ଦୁଇ ଜଣକୁ ଗିରଫ କରି କେଶ ନଂ. ୩୩୭/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତୁରେକେଲା ଥାନାଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default