ଉଲୁଣ୍ଡା ୧୫/୧୨ (ରାଜେଶ କୁମାର ବାଘ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଆସନ୍ତା ଜାନୁୟାରୀ ୧୮ ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୨୧ତମ ପାତାଳି ମହୋତ୍ସବ । ଏ ପବିତ୍ର କ୍ଷେତ୍ରରେ ମହାପ୍ରଭୁଙ୍କ ଆଉ ଏକ ନବ ଦିନାତ୍ମକ ଯାତ୍ରା ।ଏଥିରେ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା, ଭାଗବତ ସପ୍ତାହ ପାରାୟଣ, ୫୬- ପ୍ରହରୀ ନାମଯଜ୍ଞ,ଘୃତଯଜ୍ଞ,ରକ୍ତଦାନ ଶିବିର, ସାଂସ୍କୃତିକ ସଭା ଓ କାର୍ଯ୍ୟକ୍ରମ ଆଦି ସନ୍ନିବେଶିତ ହେବ । ଏହି ଅବସରରେ ଆଜି ଟ୍ରଷ୍ଟ ସଂପାଦକ ଉତ୍ତର କୁମାର ପାତ୍ରଙ୍କ ଅଧ୍ଯକ୍ଷତାରେ ଓ ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବ ବର୍ଷ ର ସମୀକ୍ଷା କରାଯାଇ ସୁବିଧା ଅସୁବିଧା ବିସ୍ତୃତ ଆଲୋଚନା କରାଯାଇଥିଲା । ପରେ ଚଳିତ ବର୍ଷ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ଉପକମିଟି ଗଠନ କରାଯାଇଥିଲା । ଉପକମିଟି ମାନେ ଆସନ୍ତା ସାତଦିନ ମଧ୍ଯରେ ନିଜ ନିଜ ବିଭାଗର କାର୍ଯ୍ଯ ଖସଡା ପ୍ରସ୍ତୁତ କରି ପରବର୍ତ୍ତି ବୈଠକ ତା ୨୨ .୧୨. ୨୫ ରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଆଜିର ସଭାରେ ଗଡତ୍ଯା ଚମରା ଅମାତ, ଟ୍ରଷ୍ଟ ସଦସ୍ଯ ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ, ସେବାୟତ ସଂଘ ସଭାପତି ଗୋପାଳ ପଣ୍ଡା,ବିଜୟ କୁମାର ହୋତା,ମନୋରଞ୍ଜନ ପାଢୀ,ପର୍ଶୁରାମ ବାରିକ, ପଞ୍ଚାନନ ମିଶ୍ର, ଶରଦ ଚାନ୍ଦ,ବୀରମିତ୍ର ପଧାନ, କର୍ଣ୍ଣଦାନୀ ଭୋଇ ତଥା ବିଭିନ୍ନ ଗ୍ରାମର ପ୍ରମୁଖ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଆସନ୍ତା ଜାନୁୟାରୀ ୧୮ରୁ ୨୧ ତମ ପାତାଳି ମହୋତ୍ସବ : ପାତାଳି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
Monday, December 15, 2025
0

Tags