ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁକଡ଼ା ସମାଲୋଚନା କରିଛନ୍ତି

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ଲୋକଙ୍କ ସରକାର ଲୋକଙ୍କ ବିକାଶରେ ବିଫଳ। ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ଵିତୀୟ ବିନିଯୋଗ ବିଲ ଆଲୋଚନା ବେଳେ ସରକାରଙ୍କ ଏଭଳି କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି, ରାଜ୍ୟବାସୀ କହୁଛନ୍ତି ଯେ ଲୋକଙ୍କ ବିକାଶ ପାଇଁ ବଜେଟରେ କିଛି ରଖିନାହାନ୍ତି ରାଜ୍ୟ ସରକାର। ଏଥିପାଈଁ କେବଳ ସେ ନୁହଁ ସାରା ରାଜ୍ୟବାସୀ ଦୁଃଖିତ। ଏହା ଦୁର୍ଭାଗ୍ୟଜନକ। ଲୋକଙ୍କ ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରନ୍ତୁ ସରକାର। ହେଲେ ସରକାର ଏ ଦିଗରେ ସମ୍ପୂର୍ଣ୍ଣ ଅବହେଳା କରିଆସୁଛନ୍ତି । ବିଫଳତାକୁ ନେଇ ସରକାର ସନ୍ତୁଷ୍ଟ ବୋଲି ତାତ୍ସଲ୍ୟ କରିଛନ୍ତି ନବୀନ।ନବୀନ ଖବରଦାତାମାନଙ୍କୁ କହିଛନ୍ତି, “ମୁଁ ଦୁଃଖର ସହିତ କହୁଛି ଯେ ରାଜ୍ୟ ସରକାର ଓଡ଼ିଶାର ଲୋକଙ୍କ ପାଇଁ ଏବଂ ସେମାନଙ୍କ ବିକାଶ ପାଇଁ କୌଣସି ଖର୍ଚ୍ଚ କରୁନାହାଁନ୍ତି। ଏ ବିଷୟରେ ବିଜେଡି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆମ ଲୋକଙ୍କ କଲ୍ୟାଣ ଓ ପ୍ରଗତି ପାଇଁ କିଛି ଅର୍ଥପୂର୍ଣ୍ଣ ଖର୍ଚ୍ଚ ହେବା ଦରକାର, କିନ୍ତୁ ସେମାନେ ଏହାକୁ ସଂପୂର୍ଣ୍ଣ ଭାବେ ଅବହେଳା କରୁଥିବା ପରି ଲାଗୁଛି।ବିରୋଧୀ ଦଳ ନେତା ଜୋର ଦେଇ କହିଛନ୍ତି ଯେ ଏହି ନିଷ୍କ୍ରିୟତାର ପ୍ରଭାବ ବ୍ୟାପକ ଏବଂ ଏହା ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଛି। ସେ ଉପମା ଦେଇ କହିଛନ୍ତି, ଏହା ଏମିତି ଯେପରି ସେମାନେ ଖାଲି ପାତ୍ରରେ ଖେଳୁଛନ୍ତି। ଆଉ ଆମେ ସମସ୍ତେ ଜାଣୁ, ଖାଲି ପାତ୍ର ଅଧିକ ଶବ୍ଦ କରେ।

Post a Comment

0 Comments

Please Select Embedded Mode To show the Comment System.*

3/related/default