ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଫୁଟୁବଲ ଖେଳ ଉଦଯାପନି ସମାରୋହ

ଆଜତକ ଓଡ଼ିଶା
0

ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡ଼ା ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଦୀର୍ଘ ୩ ଦିନ ଧରି ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଫୁଟୁବଲ ଖେଳର ଉଦ୍ଯାପନି ସମାରୋହ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଉପ ସଭାପତି ତଥା ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ, ଛାତ୍ର କଲ୍ୟାଣ ଅଧିକାରୀ ଡ଼ ଗୀତାଶ୍ରୀ ପ୍ରିୟମ୍ବଦା ଉପସ୍ଥିତ ଥିଲେ ।ଉକ୍ତ ଖେଳରେ ତୁକୁଲା ମହାବିଦ୍ୟାଳୟ ର ଖେଳାଳିମାନେ ୨.୦ରେ ଚମ୍ପିୟାନ ହୋଇଥିବା ବେଳେ କଲମପୁର ମହାବିଦ୍ୟାଳୟର ଖେଳାଳିମାନେ ରନର୍ସ ଅପ ହୋଇଛନ୍ତି । ଶାରୀରିକ ଶିକ୍ଷା ବିଭାଗ ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଗୋୖରବମୟ ଖେଳ ରେ ରେଫରି ଭାବରେ ବିଜୟ ସରାଫ ,ତାପସ ପତି, ଅମୂଲ୍ୟ ବାରିକ ଆନ୍ତରିକ ସହଯୋଗ କରିଥିଲେ ।ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କ୍ରୀଡା ସଂସଦ ନିର୍ଦ୍ଦେଶକ ଡ଼ ଘନଶ୍ୟାମ ବେହେରା ମଧ୍ୟ ଯୋଗ ଦେଇ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ପ୍ରାୟ ୨୫ ଟି ଖେଳାଳି ଦଳ ବିଭିନ୍ନ ମହାବିଦ୍ୟାଳୟ ରୁ ଯୋଗ ଦେଇଥିଲେ ।ସମସ୍ତଙ୍କୁ କୁଳପତି ଡ଼ ନିବେଦିତା ନାଥ ସାଧୁବାଦ, ଶୁଭେଚ୍ଛା ଜଣାଇଥିବା ବେଳେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default