ଖଡିଆଳ ଏବଂ କୋମନା ବ୍ଲକ ସୀମାନ୍ତ ରେ ଥିବା ତିଖାଲି ଡ୍ୟାମ ନିକଟସ୍ଥ ଜଙ୍ଗଳ ରେ ୩୦ ଟିକିଆ ଜଙ୍ଗଳୀ ହାତୀ ପଲ,ପାନୀୟ ଜଳ ସନ୍ଧାନ ରେ ହାତୀ

ଆଜତକ ଓଡ଼ିଶା
0

ନୂଆପଡ଼ା ଜିଲ୍ଲା ଖଡ଼ିଆଳ କୋମନା ବ୍ଲକ ସୀମାନ୍ତ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିକଟସ୍ଥ ଜଙ୍ଗଳ ରେ ଆଜି ୩୦ ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି। ଏହି ହାତୀପଲ ଛତିଶଗଡ ଦେଇ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳ ଅତିକ୍ରମ କରି ଆଜି ତିଖାଲି ଡେମ ତଳ ପଟେ ଥିବା ପାନୀୟ ଜଳ ପାନ କରିଥିବା ଦେଖାଯାଇଛି। ଖଡିଆଳ ବନଖଣ୍ଡ ବିଭାଗ ପକ୍ଷ ରୁ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟ ରେ ଘରୁ ନ ବାହାରି, ସୁରକ୍ଷିତ ଥିବା କୁ ସଚେତନ କରିଛନ୍ତି। ବନ୍ୟ ପ୍ରାଣୀ କୁ କୌଣସି ରକମ ଆତସବାଜି କାର୍ଯ୍ୟକ୍ରମ ନ କରିବାକୁ ତାଗିଦ୍ କରିବାକୁ ତାଗିଦ କରି ନିଜେ ସୁରକ୍ଷିତ ଘରେ ରହିବାକୁ ଅନୁରୋଧ କରିଛନ୍ତି। ହାତୀ ପାଖକୁ ନଯିବା ପାଇଁ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଅନୁରୋଧ କରିଛନ୍ତି। ଡ୍ରୋନର ସହାୟତା ରେ ହାତୀ ପଲ ର ଗତିବିଧି ନଜର ରଖୁଛନ୍ତି। ଚାଷୀଙ୍କ ଫସଲ ଏବଂ ଧାନ କ୍ଷତି ହୋଇଥିବା ବେଳେ ସରକାରୀ ନିୟମ ଅନୁଯାୟୀ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।ନୂଆପଡା ରୁ ପରମେଶ୍ୱର ମେହେର

Post a Comment

0 Comments

Please Select Embedded Mode To show the Comment System.*

3/related/default