ବାଲିମି, ୨/୧୧ (ନ୍ୟୁଜବ୍ୟୁରୋ) –
"ଆଖି ନାହିଁ ଯାହାର, କେହି ନାହିଁ ତାହାର" — ଏହି ମନ୍ତ୍ରକୁ ସାର୍ଥକ କରିବା ଉଦ୍ଦେଶ୍ୟରେ ସ୍ୱେଚ୍ଛାସେବୀ ସଂଗଠନ ଛୋଟ ଏକ ପ୍ରୟାସ ତରଫରୁ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇ ସଫଳ ଭାବେ ସମାପନ ହୋଇଛି। ଏହି ଶିବିରରେ ଜେପିଏମ ରୋଟାରି ଚକ୍ଷୁ ଚିକିତ୍ସାଳୟ, ବିଡାନାସୀ, କଟକ ଓ ଫାର ହିନ୍ଦୋଳ ପ୍ରକଳ୍ପ ସହଯୋଗ ର ହାତ ବଢ଼ାଇଥିଲେ। ସକାଳ ୧୦ ଘଣ୍ଟା ସମୟରେ ବାଲିମି ରେ ଅବସ୍ଥିତ ଫାର ଅଫିସ୍ ପରିସରରେ ଏହି ସେବାକାର୍ଯ୍ୟକ୍ରମର ଉଦ୍ଘାଟନ ଫାର ହିନ୍ଦୋଳ ପ୍ରକଳ୍ପ ର ପାକଳ୍ପ ସଂଯୋଜିକା ସ୍ମିତି ସୋମ୍ୟା ରାଉତ ଦୀପ ପ୍ରଜ୍ଜ୍ୱଳନ କରି କରିଥିଲେ। ଏହି ଶିବିରରେ ମୋଟ ୯୮ ଜଣ ରୋଗୀଙ୍କୁ ମାଗଣା ଚକ୍ଷୁ ଚିକିତ୍ସା ସହିତ ଔଷଧ ବଣ୍ଟନ କରାଗଲା। ଏଥିରୁ ୫ ଜଣ ମୋତିଆବିନ୍ଦୁ ରୋଗୀଙ୍କୁ ଚିହ୍ନଟ କରାଯାଇ, ସେମାନଙ୍କୁ ଜେପିଏମ ରୋଟାରି ଚକ୍ଷୁ ଚିକିତ୍ସାଳୟ, କଟକ ରେ ସଂପୂର୍ଣ୍ଣ ମାଗଣା ଅପରେସନ ସୁବିଧା ଦିଆଯିବ। ଏହା ସହିତ ୨୦ ଜଣ ରୋଗୀଙ୍କୁ ମାଗଣା ଚସ୍ମା ମଧ୍ୟ ପ୍ରଦାନ କରାଯାଇଛି। ସେବା କାର୍ଯ୍ୟକୁ ସଫଳ କରିବାରେ ଛୋଟ ଏକ ପ୍ରୟାସ ସଂଗଠନର ପ୍ରଭାତ ବିଶ୍ୱାଳ, ଶ୍ରୀକାନ୍ତ ସାହୁ, ବିବେକାନନ୍ଦ ସାହୁ, ସଞ୍ଜୟ ବାରିକ, ଅରବିନ୍ଦ ବେହେରା, ସୁକାନ୍ତ ମାଝୀ, ଅମୃତ ସାମଲ, ବାପୁନି ବାରିକ, ସୋଭେନ ଜେନାମାଣି, ସୁନୀଲ ସାମଲ, ସୁମନ୍ତ ଜେନାମାଣି, ଲିପୁ ନାଏକ, ଶଶିକାନ୍ତ ସାହୁ ଓ ବିଶ୍ୱଜିତ ସାହୁ ମିଳି ସେବାରେ ନିଜ ଅମୂଲ୍ୟ ଯୋଗଦାନ ଦେଇଥିଲେ।

