ସିନ୍ଧେକେଲା ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ତୃତୀୟ ଦିବସ (ନାରେନ କୁ ହରାଇ କୁହୁରା ବିଜୟୀ)

ଆଜତକ ଓଡ଼ିଶା
0

ସିନ୍ଧେକେଲା,୯/୧୧ (ଦୀନେଶ ଜୈନ) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲି ଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ସ୍ଥାନୀୟ ଜୟ ମାଁ ଦ୍ୱାରସେହ୍ନି ଫୁଟବଲ କ୍ଲବ ପକ୍ଷରୁ ଗତ ଶୁକ୍ରବାର ଠାରୁ ଆରମ୍ବ ହୋଇଥିବା ଫୁଟବଲ ପ୍ରତିଯୋଗିତାର ରବିବାର ତୃତୀୟ ଦିବସରେ ନାରେନ ଓ କୁହୁରା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଖେଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁହିଁ ଦଳ ୨-୨ ଗୋଲ କରି ଡ୍ର ହେବାରୁ ଶେଷରେ ଟ୍ରାଇବ୍ରେକର ର ସହାୟତା ନିଆଗଲା ସେଥିରେ କୁହୁରା ଦଳ ବିଜୟୀ ହୋଇଥିଲା । ଉକ୍ତ ଦିବସର ଖେଳରେ ଅତିଥି ଭାବରେ ସାମ୍ବାଦିକ ଅଭିମନ୍ୟୁ ବହିଦାର , ସମାଜସେବୀ ବ୍ରଜଧର ମଙ୍ଗରାଜ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବିଶେଶ୍ୱର ପ୍ରଧାନ ରେଫରି ଭାବେ ଯୋଗଦେଇ ଖେଳ ପରିଚାଳନା କରିଥିବା ବେଳେ କୁନା ମାଝି ଓ ଶେଷଦେଵ ମଳିକ ଲାଇନ ରେ ସହଯୋଗ କରିଥିଲେ । ଅମୂଲ୍ୟ ସିଂଦେଓ ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆୟୋଜକ କମିଟିର ରାଜେଶ ତ୍ରିପାଠୀ , ଵିଟୁ ସାହୁ , ବିଶ୍ୱ ପୁରୋହିତ , ହେମନ୍ତ ସାହୁ , ଓକିଲ ସାହୁ , ଜିଲୁ ବିଶ୍ୱାଳ , ପ୍ରେମ ମଳିକ , ସୁଜିତ ସରାଫ , ବଣ୍ଟି ସାହୁ , ଶିବାନନ୍ଦ ସାହୁ , ଦେବାଶିଷ ସାହୁ , ଆକାଶ ସାହୁ , ସଞ୍ଜୟ ସାହୁ , ଅଙ୍କିତ ସାହୁ , ମଣ୍ଟୁ ସାହୁ , ରିକି ସାହୁ , ବିଶେଷ ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default