ମୁରିବାହାଲ, (ନ୍ୟୁଜ ବ୍ୟୁରୋ) ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ପଂଚାୟତ ସମିତି ର ଦ୍ୱିମାସିକ ସାଧାରଣ ବୈଠକ ମଙ୍ଗଳଵାର ଦିନ ବ୍ଲକସଭାଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁରିବାହାଲ ରେଞ୍ଚ ରେ ହାତୀ ଉପଦ୍ରବ୍ୟ କୁ ନେଇ ଉତବେଗ ପ୍ରକାଶ କରାଯାଇଛି । ମୁରିବାହାଲ ପଂଚାୟତ ସମିତି ର ୨୨ ଗୋଟି ଗ୍ରାମ ପଂଚାୟତ ର ସମିତି ସଭ୍ୟ / ସଭ୍ୟା, ସରପଞ୍ଚ, ଜ଼ିଲ୍ଲା ପରିଷଦ ସଦସ୍ୟ ଓ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ନେଇ ବୈଠକ ରେ ବ୍ଲକ ଅଦ୍ଧକ୍ଷ ହରିବନ୍ଧୁ ମେହେର ଙ୍କର ସଭାପତିତ୍ୱ ଅନୁଷ୍ଠିତ ହୋଇ ଥିଲା । ଉକ୍ତ ବୈଠକ ରେ ମୁରିବାହାଲ ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଟ ଙ୍କର ପ୍ରତେକ ତତ୍ୱବଧାନ ରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଲାଙ୍ଗୀର ସାଂସଦ କଂର ପ୍ରତିନିଧି ଶ୍ରୀବତ୍ସ ବେହେରା, ବଲାଙ୍ଗୀର ଜ଼ିଲ୍ଲା ପରିଷଦ ଉପାଦ୍ଧକ୍ଷ ମିଥିଲା ମାଝୀ, ବ୍ଲକ ଉପାଦ୍ଧକ୍ଷ ଯାଜ୍ଞଶିନୀ ହାତୀ ଜ଼ିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ଓ ବିଧାୟକ ଙ୍କର ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ପ୍ରମୁଖ କଂର ଉପସ୍ଥିତୀରେ ବୈଠକ ଆରମ୍ଭ ହୋଇ ଥିଲା, ବୈଠକ ଙ୍କର ପ୍ରାରମ୍ଭ ରେ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରସନ୍ନ ନାଗ ପୃର୍ବ ବିବରଣୀ ପଠନ କରି ଥିଲେ ।
ଶିକ୍ଷା ବିଭାଗ ରେ ଅବିଇଓ କୈଳାଶ ଚନ୍ଦ୍ର ଭୋଇ ଉପସ୍ଥିତ ରହି ମୁରିବାହାଲ ବ୍ଲକ ରେ ପ୍ରତେକ ବିଦ୍ୟାଳୟ ରେ ଛାତ୍ରୀ ଛାତ୍ର ମାନଙ୍କୁ ପୋଷାକ ବଣ୍ଟନ ବ୍ୟବସ୍ଥା, କୃଷି ବିଭାଗ ଆଲୋଚନା ରେ, କୃଷି ଅଧିକାରୀ ଆନନ୍ଦ କୁମାର ମଲ୍କିକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ କୃଷି ଉଦ୍ଧ୍ୟଗ ଯୋଜନା, ଗୋପାଳ ସୁଗମ ପୋଟଳ, ଓ ବିଭିନ୍ନ କୃଷିଯନ୍ତ୍ରି ପାତି ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ରିହାତି ଦରରେ ଦିଆ ଯାଉ ଥିବା ବିଷୟ ସଭା କୁ ଅବଗତ କରାଇ ଥିଲେ, ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ବର୍ତମାନ ମୁରିବାହାଲ ବ୍ଲକ ରେ ୩୪, ୪୭୦ ଜଣ ହିତାଧିକାରୀ କୁ ରାସନ କାର୍ଡ ବଣ୍ଟନ କରାଯାଇଛି ବୋଲି ଯୋଗାଣ ଅଧିକାରୀ ଅବିନାଶ ବିଶି ଜଣାଇ ଥିଲେ, ପ୍ରାଣୀ ସମ୍ପଦ ବିଭାଗ ର ଅଧିକାରୀ ଡା ଅଞ୍ଜନ ମଲ୍ଲିକ ଉପସ୍ଥିତ ରହି କାମଧେନୁ ଯୋଜନା ବିଷୟରେ ଅବଗତ କରାଇ ଥିଲେ, ଉଦ୍ୟାନ ବିଭାଗ ଆଲୋଚନା ରେ ଯୋଶବନ୍ତ ଭୋଇ ବିଭାଗ ରେ ସରକାରୀ ଯୋଜନା ବିଷୟରେ ଜଣାଇ ଥିଲେ । ଜଙ୍ଗଳ ବିଭାଗ ଆଲୋଚନା ରେ ଫରେଷ୍ଟର ଧୃବଚରଣ ବଗତି , ମୁରିବାହାଲ ରେଞ୍ଚ ରେ ଆଜ କୁ ପ୍ରାୟ ୧ ବର୍ଷରୁ ଅଧିକ ହେବ ୭୦ ଗୋଟି ହାତୀପାଳ ରେଞ୍ଚ ର ବିଭିନ୍ନ ସ୍ଥାନ ମାନଙ୍କରେ ଅଛନ୍ତି ଫଳରେ ଅନେକ ଙ୍କର କ୍ଷୟଖତି ହୋଇଛି ଏବଂ ତାଙ୍କରି ସରକାରୀ ସହାୟତା ମଧ୍ୟ ଦିଆ ଯାଇଛି, ହାତୀ ମାନଙ୍କ ର ଉପଦ୍ରବ୍ୟ ଯୋଗୁଁ ଅନେକ ଗ୍ରାମରେ ଆତଙ୍କିତ ଅବସ୍ଥାରେ ରହୁ ଥିବା ବିଷୟ କୁ ନେଇ ଆଲୋଚନା କରାଯାଇଛି ଉକ୍ତ ବୈଠକ ଆଲୋଚନା ରେ ସରପଞ୍ଚ ମାନଙ୍କ ମଧ୍ୟରେ ବିଶ୍ୱ ବିହାରୀ ଯୋଶୀ, କାଳିଆ ସରାଫ, ସମିତି ସଭ୍ୟ ମାନଙ୍କ ମଧ୍ୟରେ ଟୁନା ମଣି ମହାନନ୍ଦ, ତୋଫାନ ନାଗ, ଓ. ଏପିଓ ପରମାନନ୍ଦ ମିଶ୍ର, ପ୍ରମୁଖ ଆଲୋଚନା ଭାଗ ନେଇ ଥିବା ବେଳେ ଏଏଇ ଅବିନାଶ ମୋଡି ଧନ୍ୟବାଦ ଅର୍ପଣ କରି ଥିଲେ ।


