ମାହାଙ୍ଗା । ଆଜି ମାହାଙ୍ଗା କୋର୍ଟ ପରିସରରେ ୭୬ତମ ସମ୍ବିଧାନ ଦିବସ ସକାଳ ୧୦.୫୫ ରେ ସମ୍ମାନପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମାହାଙ୍ଗା କନିଷ୍ଠ ଦେୱାନୀ ବିଚାରପତି ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶର୍ମିଷ୍ଠା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମାଜିଷ୍ଟ୍ରେଟ ଜେନା ସମ୍ବିଧାନର ମୁଖବନ୍ଧ (ପ୍ରିଅମ୍ବଲ୍) ଓ ଭାରତକୁ ସାର୍ଵଭୈମ, ସାମାଜିକ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଜନରାଜ୍ୟ ଭାବେ ଗଢ଼ି ତୋଳିବାରେ ନାଗରିକଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଦୀପକ କୁମାର ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ, ସରକାରୀ ଓକିଲ ମାନସ କୁମାର ଦାଶ, ପ୍ରମୋଦ କୁମାର ବାରିକ ସହ କୋର୍ଟର କର୍ମଚାରୀମାନେ — କୋର୍ଟ A.S.I ଅମର କୁମାର ଦାସ, ବରିଷ୍ଠ କିରାଣୀ ଅଭିରାମ ସେଠୀ, ଉଦୟ ସ୍ୱାଇଁ, ସରୋଜ କୁମାର ପଣ୍ଡା, ବେଞ୍ଚ କ୍ଲାର୍କ ଅଭୟ କୁମାର ବେହେରା, ଷ୍ଟେନୋ ରଶ୍ମି ରଞ୍ଜନ ନାୟକ, ସୁରେନ୍ଦ୍ର ତମସା, ଶେଖୟତ ଅଲି ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବିଧାନର ମର୍ଯ୍ୟାଦା, ନାଗରିକଙ୍କ ମୂଳ୍ୟବୋଧ, ଜାତିର ଏକତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା।
ମାହାଙ୍ଗା କୋର୍ଟରେ ସମ୍ବିଧାନ ଦିବସ ପାଳନ
Wednesday, November 26, 2025
0

Tags