ବିଜେପି ରାଜ୍ୟ ଉପ ସଭାପତି ଶିବାଜୀ ମହାନ୍ତିଙ୍କ ସିନ୍ଧେକେଳାରେ ଭବ୍ୟ ସ୍ୱାଗତ

ଆଜତକ ଓଡ଼ିଶା
0

ସିନ୍ଧେକେଳା, (୨୮/୧୧ ଦୀନେଶ ଜୈନ)  ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ଶ୍ରୀ ଶିବାଜୀ ମହାନ୍ତି ଆଜି ସିନ୍ଧେକେଳା ପହଞ୍ଚିବା ପରେ ସ୍ଥାନୀୟ ହାଟପଦା ସ୍ଥିତ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ଭବ୍ୟ ଏବଂ ଐତିହାସିକ ସ୍ୱାଗତ କରାଯାଇଛି । ବହୁ ସଂଖ୍ୟାରେ କାର୍ୟକର୍ତ୍ତାମାନେ, ସ୍ଥାନୀୟ ନେତା, ଯୁବମୋର୍ଚ୍ଚା ଓ ସଦସ୍ୟମାନେ ଫୁଲମାଳା ସହ ତାଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ନିଜ ଉଦ୍ବୋଧନରେ ଶ୍ରୀ ମହାନ୍ତି କହିଥିଲେ ଯେ “ଭାରତୀୟ ଜନତା ପାର୍ଟି ଆଜି ଜନସମର୍ଥନରୁ ଶକ୍ତିଶାଳୀ ଭାବରେ ଆଗକୁ ବଢ଼ୁଛି। ଓଡ଼ିଶାର ଗ୍ରାମ, ଯୁବ ଏବଂ ମହିଳାଙ୍କ ଉନ୍ନତି ପାଇଁ ଆମେ ଶପଥବଦ୍ଧ। ସିନ୍ଧେକେଳାବାସୀଙ୍କର ଭଲପାଇବା ଓ ସମର୍ଥନ ପାଇଁ ମୁଁ ହୃଦୟରୁ କୃତଜ୍ଞ।” କାର୍ଯ୍ୟକ୍ରମରେ ବିଜେପିର ସିନ୍ଧେକେଲା ମଣ୍ଡଳ ସମ୍ପାଦକ କହ୍ନେୟା ଜୈନ , ଅଲଣ୍ଡା ପୂର୍ବତନ ସରପଞ୍ଚ ଅର୍ଜୁନ ୟାଦବ , ମୋତି ଝାଙ୍କର , ରଞ୍ଜନ କୁମାର ଷଡ଼ଙ୍ଗୀ , ସୁବାଷ ପୁଟେଲ , ମିଳାପ ଚନ୍ଦ୍ ଜୈନ , ତ୍ରିନାଥ ସାହୁ , ମୋତି ତ୍ରିପାଠୀ , ହେମନ୍ତ ଛୁରା , ବିଦୁ ନାଏକ , ତୁଳସୀ ସାହୁ , ବିସମ୍ବର ସାହୁ , ବିନୋଦ ସାହୁ , ଦିଲୀପ ପାଣ୍ଡିଆ , ରାଜ୍ କୁମାର ସାହୁ ପ୍ରମୁଖଙ୍କ ସହ ଯୁବ ଓ ବିଶାଳ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default