ଭୁବନେଶ୍ୱର /ପୁରୀ : (ସମୀର ରଞ୍ଜନ ନାୟକ) ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ନାଁରେ ବିବାଦୀୟ ଟିପ୍ପଣୀ ଦେବା । ଶୁଭଙ୍କର ମିଶ୍ରାଙ୍କ ନାଁରେ ସିଂହଦ୍ୱାରା ଥାନାରେ ଏତଲା । ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଏହି ଏତଲା ଦେଇଛନ୍ତି ।ଶ୍ରୀମନ୍ଦିରକୁ ନେଇ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ପ୍ରେମୀଯୁଗଳଙ୍କୁ ବିବାହ ପୂର୍ବରୁ ଶ୍ରୀମନ୍ଦିର ଯିବାକୁ ବାରଣ କରିଥିଲେ ଶୁଭଙ୍କର। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡ଼ିଛି ବୋଲି ମଧ୍ୟ କହିଥିଲେ ଶୁଭଙ୍କର ମିଶ୍ର । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।ଏବେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଶୁଭଙ୍କର ମିଶ୍ରାଙ୍କ ନାଁ ରେ ଏତଲା। ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଦେଇଛନ୍ତି ଏତଲା। ଶୁଭଙ୍କରଙ୍କ ଏଭଳି ଟିପ୍ପଣୀ ନିନ୍ଦନୀୟ। ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଷୟରେ ଏଭଳି ଅଶୁଭ ଟିପ୍ପଣୀ ଦେବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।ଏତଲା ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିବ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର । ତଦନ୍ତରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହେବ ବୋଲି ମଧ୍ୟ କହିଛନ୍ତି ପୁରୀ ଏସପି ।
ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଶୁଭଙ୍କର ମିଶ୍ରାଙ୍କ ନାଁ ରେ ଏତଲା
Sunday, November 30, 2025
0

Tags