ଗୌଡ଼ତୁଲା ସ୍କୁଲରେ କ୍ଲଷ୍ଟର ସ୍ତରୀୟ ତାଲିମ ଶିବିର

ଆଜତକ ଓଡ଼ିଶା
0

ସିନ୍ଧେକେଲା,୧/୧୧ (ଦିନେଶ ଜୈନ) କ୍ଳଷ୍ଟର ସ୍ତରୀୟ ନଭେମ୍ବର ମାସର ମାସିକ ତାଲିମ ଶିବିର ଗୌଡତୁଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ତାଲିମ ଶିବିର ରେ ବରିଷ୍ଠ ପ୍ରଧାନ ଶିକ୍ଷକ ପରମେଶ୍ବର ପଣ୍ଡା, ଭାଗ ଶବର, ଭୁପେନ୍ଦ୍ର ମାଝୀ ଓ ଦୁଷ୍ମନ୍ତ ଶବର ଙ୍କ ଦ୍ଵାରା ବିଘ୍ନ ନାଶକ ଶ୍ରୀ ଗଣେଶଙ୍କ ଠାରେ ଦୀପ ଉଜ୍ଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରାଗଲା । ବୈଠକ ରେ ସି ଆର୍ ସି ସି ଆଲୋକ କୁମାର ମେକାପ କାର୍ଯ୍ୟ ଦିବସ ର ବିଭିନ୍ନ ବିଷୟ ଗୁଡ଼ିକୁ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ବହୁ ଶ୍ରେଣୀୟ ଶିକ୍ଷାଦାନ ପାଇଁ ଆବଶ୍ୟକ ପାଠ୍ୟ ଟୀକା ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ୪ଟି ଦଳରେ ଭାଗ କରାଯାଇ ପ୍ରସ୍ତୁତ କରାଯାଇଥିଲା।ପରେ ସମସ୍ତ ଦଳ ପ୍ରସ୍ତୁତ କରାଯାଇ ଥିବା ପାଠ୍ୟ ଟୀକା କୁ ଉପସ୍ଥାପନା କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଟିଟିଲାଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଭିରାମ ମାଝୀ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟ ରେ ଚାଲୁଥିବା ନିପୂଣ ଓଡ଼ିଶା ର ଉଦ୍ଦେଶ୍ୟ ତଥା ସଫଳ ରୂପାୟନ ର ନିୟମ ଗୁଡିକ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ଶିକ୍ଷଣ ସୋପାନ ର କାର୍ଯ୍ୟକାରୀତା ବିଷୟରେ ବୁଝାଇ ଥିଲେ ଏହା ସହ ପଢ଼ିବା ଓ ଗଢ଼ିବା ଓଡ଼ିଶା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଫଳ କରିବାର ମାର୍ଗଦର୍ଶନ କରିଥିଲେ। ଉପସ୍ଥିତ ଥିବା ଏଫ୍ ଏଲ୍ ଏନ୍ ଡିଆର ଜି ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ ଏଫ୍ ଏଲ୍ ଏନ୍ ବିଷୟରେ ଓ ଦିଗଶିରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ନାୟକ ବିଦ୍ୟାଳୟ ର ବିଭିନ୍ନ ଉନ୍ନତି ସକାଶେ ସ୍ବତଃ କାର୍ଯ୍ୟ କରିବା ପାଇଁ ତଥା ଶିକ୍ଷାଦାନ କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୨ଟି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷକ ବିହାରୀ ଲାଲ ଭୋଇ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଟିକୁ ସମାପ୍ତ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default