ଝଲପ ପଲ୍ଲୀ ପ୍ରଗତି ପାଠାଗାର ର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ

ଆଜତକ ଓଡ଼ିଶା
0

ବଙ୍ଗୋମୁଣ୍ଡା, ୧୨।୧୧ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁ ରେ ଥିବା ଅଞ୍ଚଳ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ପ୍ରଗତି ପାଠାଗାର ର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ଗଣେଶ ଓ ବିଦ୍ୟାଦାତ୍ରୀ ମାଁ ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ପାଠାଗାର ର ସଭାପତି ଯୋଗେଶ କୁମାର ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ କୁଣ୍ଡା ବୁଟୁଲା ଛେଳିଆ ସାହୁ ହାଇସ୍କୁଲ ର ପ୍ରଧାନଶିକ୍ଷକ ସୁଧୀର କୁମାର ସାହୁ,ସମ୍ମାନୀୟ ଅତିଥି ଭାବେ ସିନ୍ଧେକେଲା ସମିତି ସଭ୍ୟ ତଥା ଅଧ୍ୟକ୍ଷା ଙ୍କ ପ୍ରତିନିଧି ଭୋଲାନାଥ ବେହେରା,ଝଲପ ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ, ବଲାଙ୍ଗୀର ସାଂସଦ ଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ,ସାମାଜିକ କର୍ମୀ ମୁକ୍ତି ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦେଶ ଗଠନ କରିବା ରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପାଠାଗାର ର ଉନ୍ନତି କରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଉତ୍ତୋରତ୍ତର କାମନା କରିଥିଲେ। ଏହି ଅବସର ରେ ଅଞ୍ଚଳ ର ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ଶ୍ରେଷ୍ଠ ସାମାଜିକ ସ୍ୱେଚ୍ଛାସେବୀ ଝସକେତନ ବାରିକ,ଶ୍ରେଷ୍ଠ ଖେଳାଡି ଝରଣା ବାଗ, ସର୍ବାଧିକ ମାଟ୍ରିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ଛାତ୍ରୀ ନିବେଦିତା ବାରିକ ,ସର୍ବାଧିକ ଯୁକ୍ତ ଦୁଇ ପରୀକ୍ଷା ରେ ଉତ୍ତୀର୍ଣ୍ଣ ଛାତ୍ର ଚନ୍ଦନ ବାଗ, କୌତୁକ ପୁଟେଲ,ସିଆଇଏସଏଫ ଜ୍ୟୋତିରଞ୍ଜନ ଦାସ ,ଯୋଗାଣ ସହାୟକ ମାନସ ରଞ୍ଜନ ସାହୁ ଙ୍କୁ ମାନପତ୍ର ଓ ଉପଢୋଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସହ ସମ୍ପାଦକ ସୁନୀଲ ବାଗ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ସତ୍ୟନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ସମ୍ପାଦକ ପୁରୁଷୋତ୍ତମ ଭୋଇ, କ୍ରୀଡା ସମ୍ପାଦକ ବିକ୍ରମ ସୁନା କୋଷାଧ୍ୟକ୍ଷ ହିମାଂଶୁ ବେହେରା, ପୂଜା ସମ୍ପାଦକ ଦେବେନ୍ଦ୍ର ସାହୁ, ଗ୍ରନ୍ଥାଗାର ହେମରାଜ ସାହୁ, ନାଟ୍ୟ ସମ୍ପାଦକ ଡୋଲାମଣି ବେହେରା ପ୍ରମୁଖ ଙ୍କ ସହ ପାଠାଗାର ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହୋଇଥିଲା । ଅଭୟ ବାଗ ଓ ଜ୍ୟୋତ୍ସ୍ନା ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default