ଅସ୍ତରଙ୍ଗ ( ୧୪/ ୧୧ ଅଲେଖ ବିଶ୍ଵାଳ ) ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଆୟୋଜନ ରେ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଗତ ଗୁରୁବାର ଦିନ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରତାପ ଚନ୍ଦ୍ର ପରିଡା ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ କ୍ରୀଡା ଦ୍ୱାରା କିପରି ଶାରୀରିକ ବ୍ୟାୟାମ ସହ ବିଭିନ୍ନ କ୍ଷେତ୍ରରେ କ୍ରୀଡା ମାଧ୍ୟମରେ ଦେଶ ଓ ବିଦେଶରେ ର ଗୌରବ ଆଣିବାରେ ସହାୟକ ହୋଇଥାଏ। ସଂମ୍ମାନିତ ଅତିଥି ଭବେ ବ୍ଲକ୍ ଅଧକ୍ଷା ଆରତୀ ନାଏକ, ସାଂସଦ ପ୍ରତିନିଧି ଦିବାକର ଛାଟୋଇ, ଓଷ୍ଟା ର ଜିଲ୍ଲା ସାଧାରଣ ସମ୍ପାଦକ ବିଭୁ ଦତ୍ତ ନାୟକ, ଉପାଧ୍ୟକ୍ଷ ଦୁର୍ଯୋୟ ମିଶ୍ର ଓ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ଯୋଗଦେଇଥିଲେ। ଏହି କବାଡି ପ୍ରତିଯୋଗିତା ରେ ଜିଲ୍ଲାର ମୋଟ ୫୨୦ ପ୍ରତିଯୋଗୀ ଭାଗନେଇଥିବା ବେଳେ ୧୪ ଜଣ ପ୍ରଶିକ୍ଷକ ଯୋଗଦାନ କରିଥିଲେ। ପ୍ରତି ବ୍ଲକ୍ ରୁ ୪ ଟି ଲେଖାଏଁ ଟିମ୍ ଗଠନ କରାଯାଇ ୧୧ ଗୋଟି ବ୍ଲକ୍ ମଧ୍ୟରୁ ବାଳକ ୧୭ ବର୍ଷ ରୁ କମ୍, ବାଳକ ୧୪ ବର୍ଷ ରୁ କମ୍ ଏବଂ ବାଳିକା ୧୭ ବର୍ଷ ରୁ କମ୍ ଓ ୧୪ ବର୍ଷ ରୁ କମ୍ ବିଭାଗ ରେ ପ୍ରତିଯୋଗିତା ହୋଇଥିଲା। ୧୭ ବର୍ଷ ରୁ କମ୍ ବାଳକ ବିଭାଗ ରେ ଅସ୍ତରଙ୍ଗ ଚମ୍ପିୟାନ ଓ ରନର୍ସ ରେ ସତ୍ୟବାଦୀ , ୧୪ ବର୍ଷ ରୁ କମ୍ ବାଳକ ବିଭାଗ ରେ ନିମାପଡା ଚମ୍ପିୟାନ ଓ ଡେଲାଙ୍ଗ ରନର୍ସ ଏବଂ ୧୭ ବର୍ଷ ରୁ କମ୍ ବାଳିକା ବିଭାଗ ରେ ଡେଲାଙ୍ଗ ଚମ୍ପିୟାନ ଓ ସତ୍ୟବାଦୀ ରନର୍ସ ଏବଂ ୧୪ ବର୍ଷ କମ୍ ବାଳିକା ବିଭାଗ ରେ ଡେଲାଙ୍ଗ ଚମ୍ପିୟାନ ଓ ନିମାପଡା ରନର୍ସ ଅପ ହୋଇଥିଲେ। ଆଜିର ଉଦ୍ ଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ନାୟକ, ମଣ୍ଡଳ ଉନ୍ନୟନ ଅଧିକାରିଣୀ ସସ୍ମିତା ବେହେରା, ମୁଖ୍ୟ ବକ୍ତା ଭାବେ ତହସିଲଦାର ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ସମାଜସେବୀ ଜୟନ୍ତ କୁମାର ପରିଡା ଓ ଇଂ ରଂଜିତ କୁମାର ସ୍ୱାଇଁ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ୱିତୀକାନ୍ତ ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଭବମ୍ ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ମହେନ୍ଦ୍ର କୁମାର ବିଶ୍ୱାଳ, ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ, ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପରିଡା ଓ କ୍ରୀଡା ସଂଗଠନ ସମ୍ପାଦକ ଚିନ୍ମୟ କୁମାର ପ୍ରଧାନ ଯୋଗଦେଇଥିବା ବେଳେ କାଳନ୍ଦୀ ଚରଣ ଛାଟୋଇ ମଞ୍ଚ ପରିଚାଳନା କରିଥିଲେ।ଅତିଥି ଙ୍କୁ ନେଇ ଅସ୍ତରଙ୍ଗ ରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଆଉକି ଅସ୍ତରଙ୍ଗ ହାଇସ୍କୁଲ ପରିସରରେ ବିନା ଅନୁମତିରେ ଭୋଜିଭାତ ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ ହେବା ପରବର୍ତ୍ତୀ ମୁହୂର୍ତରେ ନିଲମ୍ବିତ ପ୍ରତ୍ୟାହାର ହେବା ଘଟଣା ରାଜନୈତିକ ବାତାବରଣ କୁ ଉଷ୍ଣ କରିଥିଲା। ସ୍ଥାନୀୟ ବିଧାୟକ ତଥା ପୂର୍ବତନ ଗୂହରାଷ୍ଟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୂର୍ବତନ ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ ମଞ୍ଚ ରେ ନହେବା ବିଜେପି ଦଳରେ ପୂର୍ବରୁ ସଂଶ୍ଲିଷ୍ଟ ନଥିବା ବ୍ୟକ୍ତି ମାନେ ଅତିଥି ହେବା ଅସ୍ତରଙ୍ଗ ବାସୀଙ୍କୁ ଚକିତ କରିଛି।
ଅତିଥି ଙ୍କୁ ନେଇ ଅସ୍ତରଙ୍ଗ ରେ ଚର୍ଚ୍ଚା ଗଣମାଧ୍ୟମ କୁ ଉପେକ୍ଷା ୬୯ ତମ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ
Friday, November 14, 2025
0

Tags