ସରକାରଙ୍କୁ ନବୀନଙ୍କ ଟାର୍ଗେଟ: କହିଲେ, ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବିଧାନସଭାରେ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନା କରିଥିଲେ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି ବୋଲି କହି ସରକାରଙ୍କୁ ନବୀନ କଟାକ୍ଷ କରିଛନ୍ତି । ଗୃହରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ । ପ୍ରଶାସନିକ ଖର୍ଚ୍ଚ ୩୩୮୯ କୋଟି । ବିପର୍ଯ୍ୟୟ ପରିଚାଳନା ପାଇଁ ୧୭୧ କୋଟି । ସାମାଜିକ ସେବା ପାଇଁ ପାଇଁ ୫୯୪୮ କୋଟି ।ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି । ମମତା ଯୋଜନା ପାଇଁ ୧୪୨ କୋଟି । ମିଶନ ଶକ୍ତି ପାଇଁ ୪୦୫ କୋଟି । ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ୨୦୦ କୋଟି। ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି। ପାଇପ ଜଳ ଯୋଗାଣ ପାଇଁ ୧୧୬ କୋଟି। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୫୭ କୋଟି । ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ପାଇଁ ୪୦ କୋଟି। ତେବେ ବଜେଟ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବିଜେପି ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି । ନୂତନ ବିଜେପି ସରକାରର ପ୍ରଥମ ପୂର୍ଣ୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖୁବାକୁ ମିଳିନାହିଁ ।ଏହା ଆମକୁ ରାଜକୋଷୀୟ ନିଅଣ୍ଟ ଆଡ଼କୁ ଆଗକୁ ବଢ଼ାଉଛି । ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି । ଓଡ଼ିଶାର ସୁଧ ବୋଝ ବଢୁଛି । ବଜେଟରେ ପୂର୍ତ୍ତ ବିଭାଗର (୯୦୦ କୋଟି) ଏବଂ କିଛି ସହରାଞ୍ଚଳ ଭିତ୍ତଭୂମିକୁ ଛାଡ଼ିଦେଲେ ଆଉ କିଛି ବି ନାହିଁ । ମନେ ହେଉଛି, ହ୍ରାସ ପାଉଥିବା କେନ୍ଦ୍ର ଅନୁଦାନ ଓ ନିଜସ୍ବ ଅପାରଗତା ଲୁଚାଇବା ପାଇଁ ହୋଇଛି ଅତିରିକୁ ବଜେଟ୍। ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ନୁହଁ, ଏହା ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅତିରିକୁ ପ୍ରୟାସନବୀନ ଆହୁରି ମଧ୍ୟ କହିଛନ୍ତି ଯେ ବଜେଟରେ ପୂର୍ତ୍ତ ବିଭାଗର (୯୦୦କୋଟି) ଏବଂ କିଛି ସହରାଞ୍ଚଳ ଭିତ୍ତିଭୂମିକୁ ଛାଡିଦେଲେ ଆଉ କିଛି ବି ନାହିଁ । ମନେ ହେଉଛି ହ୍ରାସ ପାଉଥିବା କେନ୍ଦ୍ର ଅନୁଦାନ ଓ ନିଜସ୍ୱ ଅପାରଗତା ଲୁଚାଇବା ପାଇଁ ହୋଇଛି ଅତିରିକ୍ତ ବଜେଟ । ରାଜ୍ୟବାସୀଙ୍କୁ ସ୍ୱାର୍ଥ ପାଇଁ ନୁହେଁ, ଏହା ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅତିରିକ୍ତ ପ୍ରୟାସ ।

Post a Comment

0 Comments

Please Select Embedded Mode To show the Comment System.*

3/related/default