ଭୁବନେଶ୍ୱର: (ସମୀର ରଞ୍ଜନ ନାୟକ) ତାଳଚେର ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ବିଜେଡି ଛାଡ଼ିଲେ ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆଙ୍କ ସମେତ ୧୩ ଜଣ କାଉନସିଲର । ନଗରପାଳଙ୍କ ସମେତ ୧୩ ଜଣ କାଉନସିଲର ବିଜେଡ଼ି ସାଧାରଣ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଏମାନେ ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜକିଶୋର ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ମେଲ ଜରିଆରେ ନିଜ ନିଜର ଇସ୍ଥଫା ପତ୍ର ପ୍ରଦାନ କରିଥିବା ଜଣା ପଡ଼ିଛି ।ଫଳରେ ବହୁ ଦିନରୁ ସେମାନେ ବିଜେପିରେ ମିଶିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହାର ଅନ୍ତ ଘଟିଛି। ଅସନ୍ତୁଷ୍ଟ ବିଜେଡି କାଉନସିଲରମାନେ ନଗରପାଳଙ୍କ ସହ ବିଧିବଦ୍ଧ ଭାବେ ଆସନ୍ତା ୨୮ ତାରିଖ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ବିଜେଡି ଜିଲା ସଭାପତି ତଥା ତାଳଚେର ବିଧାୟକ ଅସନ୍ତୁଷ୍ଟଙ୍କୁ ବିଜେଡି ଛାଡ଼ିବା ନିଷ୍ପତ୍ତିରୁ ଓହରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଅସନ୍ତୁଷ୍ଟ ନଗରପାଳଙ୍କ ସମେତ କାଉନସିଲରମାନେ କିନ୍ତୁ ତାଙ୍କ ଜିଦ୍ରେ ଅଟଳ ରହିଥିବା ଜଣାପଡ଼ିଛି। ୧୮ ବିଜେଡି କାଉନସିଲରଙ୍କ ମଧ୍ୟରୁ ୧, ୨, ୩, ୫, ୬, ୯, ୧୦, ୧୧, ୧୨, ୧୪, ୧୫, ୧୮, ୨୦ ନମ୍ବର ୱାର୍ଡର କାଉନସିଲର ଦଳରୁ ଇସ୍ତଫା ଦେଇଥିବାବେଳେ ଏବେ କେବଳ ୪, ୭, ୧୩, ୧୭ ଓ ୧୯ ନମ୍ବର ୱାର୍ଡର କାଉନସିଲର ବିଜେଡିରେ ରହିଥିବା ଜଣାପଡ଼ିଛି। ତେବେ ମିଶ୍ରଣ ପର୍ବ ଆଉ ଦୁଇ ଦିନ ଥିବାବେଳେ ଆଗକୁ ଆଉ କେତେ ଜଣ ବିଜେଡି କାଉନସିଲର ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ଦେଖିବାକୁ ବାକି ରହିଲା । ୨୮ ତାରିଖ ପରେ ତାଳଚେର ପୌର ପରିଷଦରେ ବିଜେପିର ୧୮ ଓ ବିଜେଡି ୩ କାଉନସିଲର ରହିବେ ବୋଲି ତାଳଚେରରେ ଚର୍ଚ୍ଚା ଚାଲିଛି।
ଅନୁଗୁଳ ତାଳଚେର ପୌର ପରିଷଦରେ ଭାଙ୍ଗିଲା ବିଜେଡି ଗଡ଼
Thursday, November 27, 2025
0

Tags